fbpx

ଘଟଗାଁ ଦୁର୍ଘଟଣା: ୩ ଲକ୍ଷ ଲେଖାଏଁ ମିଳିବ ଅନୁକମ୍ପା ରାଶି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଘଟଗାଁ: ଆଜି ଘଟଗାଁ ଠାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ପଛକୁ ଭ୍ୟାନ ପିଟିଥିବାରୁ ପ୍ରଥମେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଆଉ ୮ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନଏଚ-୨୦ ବାଲିଯୋଡ଼ି ନିକଟରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ଏହି ମୃତକମାନଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବାର ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ସମୁଦାୟ ୮ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବାର ଘୋଷଣା କରାଯାଇଛି । ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମିଳିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ବ୍ୟତୀତ ୧୨ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଘଟଗାଁ ତାରିଣୀ ଦର୍ଶନ ପାଇଁ ପ୍ରାୟ ୨୦ ଜଣ ଲୋକେ ଆସିଥିଲେ । ମନ୍ଦିରର ମାତ୍ର ୩ କିମି ଦୂରରେ ଏପରି ଦୁର୍ଘଟଣା ଘଟିଛି । ଏକ ଟ୍ରକପଛକୁ ଭ୍ୟାନ ନେଇ ପିଟିଦେଇଥିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟାନ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ଘଟଗାଁ ମେଡିକାଲରେ ସେହି ଆହତମାନେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.