fbpx

ଗଡକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏହି ପ୍ରସଙ୍ଗକୁ ନେଇ କଲେ ଚିନ୍ତା ପ୍ରକଟ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟ ମଙ୍ଗଳ ଏବଂ ଜନହିତକାରୀ କାର୍ଯ୍ୟ କରି ଆସିଛନ୍ତି । ବର୍ତ୍ତମାନ ସେ ରାଜ୍ୟର ଅନ୍ୟଏକ ଅସୁବିଧା ପ୍ରସଙ୍ଗକୁ ନେଇ ଗଡକାରୀ ଙ୍କୁ ଚିଠି ଲେଖିବା କଥା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେନ୍ଦ ରାଜପଥ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଚିଠି ଲେଖିଛନ୍ତି ।

ସୂଚନା ଅନୁଯାୟୀ, କଟକ-ଅନୁଗୁଳ- ସମ୍ବଲପୁର ରାସ୍ତାକୁ ନେଇ ନବୀନ ପଟ୍ଟନାୟକ ଗଡକାରୀଙ୍କୁ ଚିଠି ଲେଖିଥିବା କଥା ଜଣା ପଡିଛି । ଏହି ରାଜ ରାସ୍ତା ଦୀର୍ଘ ୫ ବର୍ଷ ପରେ ବି କୌଣସି କାର୍ଯ୍ୟ ଶେଷ ହେଉନଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ରାସ୍ତା କାର୍ଯ୍ୟ ସମାପ୍ତ ନ ହେବା ଦ୍ୱାରା ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ଚିଠି ଦ୍ୱାରା ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା କାମ ସାରିବାକୁ ନିବେଦନ କରିଛନ୍ତି । ଜାତୀୟ ରାଜପଥ ୫୫ ହେଉଛି ପଶ୍ଚିମ ଓଡ଼ିଶାର ଜୀବନରେଖା । ରାତି ପାହିଲେ ଲକ୍ଷ ଲକ୍ଷ ଲୋକେ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଗତ ଦୁଇ ବର୍ଷ ମଧରେ ଏହି ରାଜପଥରେ ୩୩୯ଟି ଦୁର୍ଘଟଣା ଘଟିଛି । ସେଥିରେ ୧୯୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ରାସ୍ତା କାମରେ ହସ୍ତକ୍ଷେପ କରି ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.