ନୂଆଦିଲ୍ଲୀ: ଇସ୍କରେ ଦୁଃସାହସିକ ଜରୁରୀ। କିନ୍ତୁ ଯଦି ଏହି ଦୁଃସାହସିକତା ଆତଙ୍କରେ ପରିଣତ ହୁଏ ତେବେ ଭାବନ୍ତୁ ପରିସ୍ଥିତି କ’ଣ ହେବ? ସେହିଭଳି ସୋସିଆଲ ମିଡିଆରେ ଏପରି ଏକ ଘଟଣା ଭାଇରାଲ ହେଉଛି ଯାହା ଆପଣଙ୍କୁ ଦୋହଲାଇ ଦେବ।
ଯେଉଁଥିରେ ଜଣ ଦମ୍ପତ୍ତି ରୋମାଣ୍ଟିକ ଡେଟରେ ଯାଇଥିଲେ। ଆଉ କ୍ୱାଲିଟି ଟାଇମ୍ ସ୍ପେଣ୍ଟ କରୁଥିଲେ। କିନ୍ତୁ ସେ ଜାଣିନଥିଲେ ଏହି ରାତି ସେମାନଙ୍କ ପାଇଁ ଏତେ ଭୟାନକ ହେବ ବୋଲି। କୁହାଯାଇପାରେ ମୃତ୍ୟୁ ସେମାନଙ୍କ ଠାରୁ ମାତ୍ର ଗୋଟିଏ ଇଞ୍ଚ ଦୂରରେ ଥିଲା।
ଭୟଙ୍କର ଘଟଣା: ଏହି ଘଟଣାଟି ପୁଏର୍ଟୋ ରିକୋରୁ ରିପୋର୍ଟ କରାଯାଉଛି, ଯେଉଁଠାରେ ଏକ ଦମ୍ପତି ରାତିର ଅନ୍ଧାରରେ ଏକ କାୟାକରେ ଏକ ରୋମାଣ୍ଟିକ ଡେଟରେ ସମୟ ବିତାଉଥିଲେ।
ପରିବେଶ ସମ୍ପୂର୍ଣ୍ଣ ଶାନ୍ତ ଥିଲା ଏବଂ ସେମାନେ ରୋମାଣ୍ଟିକ ଥିଲେ। ସେହି ସମୟରେ ଯୁବକ ଜଣକ ଭିଡ଼ିଓ କରୁଥିଲେ। ଆଉ ପାଣି ଭିତରେ କୟାକରେ ଦୁହେଁ ଏନଜୟ କରୁଥିଲେ।
ଆଉ ଏହି ସମୟରେ ହଠାତ୍ ଝିଅଟି ପାଣି ଭିତରେ ଏପରି କିଛି ଦେଖିଲା ଯାହା ତାକୁ ଭୟଭୀତ କରିଦେଲା ଏବଂ କିଛି ସେକେଣ୍ଡ ପାଇଁ ସେମାନେ ଆଶ୍ଚର୍ଯ୍ୟ ହୋଇଗଲା।
ଗୋଟିଏ ଇଞ୍ଚ ଦୂରରେ ମୃତ୍ୟୁ: ତେବେ ସେମାନେ କୟାକରେ ଥିବା ସମୟରେ ପାଣି ଭିତରୁ ଏକ ବିଶାଳ କୁମ୍ଭୀର ମୁଣ୍ଡ ଟେକିଥିଲା। ଆଉ ସେମାନଙ୍କ ଡଙ୍ଗା ପାଖକୁ ଆସିଯାଇଥିଲା।
ଏପରି ମନେ ହେଉଥିଲା କୁମ୍ଭୀରଟି ସେମାନଙ୍କୁ ଗିଲିଦେବ। ମୃତ୍ୟୁକୁ ଏତେ ପାଖରୁ ଦେଖି ଦମ୍ପତ୍ତି ଜଣକ ଡରିଯାଇଥିଲେ। ସେମାନେ କେବେ କଳ୍ପନା କରିନଥିଲେ କି, ସେମାନଙ୍କ ସହ ଏପରି ଘଟଣା ଘଟିବ। କିଛି ସମୟ ପାଇଁ ସେମାନେ ବଞ୍ଚିବାର ଆଶା ଛାଡିଦେଇଥିଲେ।
ହେଲେ ଭଗବାନଙ୍କ ଆର୍ଶୀବାଦ ହିଂସ୍ର କୁମ୍ଭୀରଟି ସେମାନଙ୍କର କିଛି ବି କ୍ଷତି କରନଥିଲା। ଆଉ ଡଙ୍ଗା ପାଖରେ ଘସି ହୋଇ ଚାଲିଗଲା। ଏବଂ ଦମ୍ପତ୍ତିଙ୍କ ପିଣ୍ଡରେ ପ୍ରାଣ ପଶିଲା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।