fbpx

କରମଣ୍ଡଳ ଟ୍ରେନ ଟ୍ରାଜେଡି: ଟ୍ରାକ୍ଟରରେ ବୁହାହେଲା ମୃତଦେହ, ନିଅଣ୍ଟ ପଡିଲା ଆମ୍ବୁଲାନ୍ସ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଦୁର୍ଘଟଣା ଦେଖାଉଛି ହୃଦୟ ବିଦାରକ ଦୃଶ୍ୟ । ମୃତ୍ୟୁସଂଖ୍ୟା ୭୦ ଅତିକ୍ରମ କରିଥିବା ବେଳେ ମୃତାହତଙ୍କୁ ଉଦ୍ଧାର କରିବା ପାଇଁ ସାହାରା ସାଜିଛି ଟ୍ରାକ୍ଟର । ଦୁର୍ଘଟଣାସ୍ଥଳରେ ନିୟୋଜିତ ହୋଇଥିବା ଆମ୍ବୁଲାନ୍ସ ମୃତାହତଙ୍କ ସଂଖ୍ୟା ଅନୁସାରେ ଯଥେଷ୍ଟ ହୋଇନାହିଁ । ଫଳରେ ଦୁର୍ଘଟଣାସ୍ଥଳରୁ ମୃତାହତଙ୍କୁ ମେଡିକାଲ ପଠାଇବା ପାଇଁ ଟ୍ରାକ୍ଟର, ପିକ୍ ଅପ ଭ୍ୟାନ ଏବଂ ଅଟୋ ଉପରେ ଭରସା କରାଯାଉଛି । ଟ୍ରାକ୍ଟର ଡାଲା ଏବଂ ପିକ୍ଅପ୍ ଭ୍ୟାନରେ ଗଦା ହୋଇ ବୁହାଯାଉଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ । ଆହତମାନଙ୍କୁ ବି ମେଡିକାଲରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ନିଅଣ୍ଟ ପଡିଛି । ତେବେ ସ୍ଥାନୀୟ ଲୋକେ ନିଜ ବାଇକରେ ସେମାନଙ୍କୁ ମେଡିକାଲ ନେବାରେ ସାହାଯ୍ୟ କରୁଛନ୍ତି ।

Get real time updates directly on you device, subscribe now.