fbpx

ଓସ୍କାରରେ ସ୍ଥାନ ପାଇ ପାରେ ଫିଲ୍ମ “ଜୱାନ”, ଶାହାରୁଖଙ୍କ ସହ ଆଲୋଚନା କରିବେ ଫିଲ୍ମ ନିର୍ଦ୍ଦେଶକ

Advertisement

ମୁମ୍ବାଇ : ଫିଲ୍ମ ଜୱାନ ବକ୍ସ ଅଫିସରେ ତାର ବ୍ୟବସାୟ ଜାରି ରଖିଛି । ଫିଲ୍ମଟି ହିନ୍ଦୀ ଭାଷାରେ ୪୩୦ କୋଟି ଟଙ୍କା ବ୍ୟବସାୟ କରିସାରିଛି । ସେହିପରି ୱାଲ୍ଡରେ ୧୧ ଦିନରେ ୮୫୮ ବ୍ୟବସାୟ କରିସାରିଛି । ବକ୍ସ ଅଫିସରେ ସୁନାମୀ ଗତିରେ ଆଗକୁ ବଢୁଛି ଏହି ଫିଲ୍ମ । ଏବେ ଏହାକୁ ବିଶ୍ୱସ୍ତରରେ ନେବାକୁ ପ୍ରସ୍ତୁତି ଚାଲିଛି । ଫିଲ୍ମ ନିର୍ମାତା ଏଟଲି ଜୱାନକୁ ଓସ୍କାରରେ ପଠାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଫିଲ୍ମ ନିର୍ମାତାଙ୍କୁୁ ଫିଲ୍ମକୁ ଓସ୍କାର ନେବା ପାଇଁ ଯେତେବେଳେ ପ୍ରଶ୍ନ କରାଗଲା, ସେତେବେଳେ ସେ କହିଥିଲେ କିଛି ଶୁଭ ହେବା ଦ୍ୱାରା ଏହି ଫିଲ୍ମକୁ ଅସ୍କାରରେ ଏଣ୍ଟ୍ରି ମିଳିବ । ଏହା ଛଡା ସେ କହିଛନ୍ତି ସବୁ ଡାଇରେକ୍ଟର ସବୁ ଟେକନିସିଆନ ଯେଉଁମାନେ ଏହି ଇଣ୍ଡଷ୍ଟ୍ରିର ଅଂଶ ସେମାନଙ୍କୁ ସବୁ ବେଳେ ଆଶା ଥାଏ ସେମାନଙ୍କ ଫିଲ୍ମ କିପରି ଆଗକୁ ଯାଉ ଏବଂ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରୁ ।

 

ଶହାରୁଖ ଖାନଙ୍କ ଫିଲ୍ମ ଏବଂ ସିନେମା ପ୍ରେମିଙ୍କ ମଧ୍ୟରେ ଏବେ ଫେବରେଟ ହେବାରେ ଲାଗିଛି । ଯଦି ଫିଲ୍ମଟି ଓସ୍କାର ପାଇଁ ସିଲେକ୍ଟ ହେଉଛି ତେବେ ଏହାଠାରୁ ବଡ ଖୁସି ଆଉ କିଛି ନାହିଁ । ୨୦୨୩ ମସିହାକୁ ଶାହାରୁଖ ଖାନ ନିଜ ନାଁ ରେ କରିସାରିଛନ୍ତି । ପ୍ରଥମେ “ପଠାନ” ଏବଂ ଏବେ “ଜୱାନ” ଯାହା ଶାହାରୁଖ ଖାନଙ୍କୁ ବକ୍ସ ଅଫିସରେ ରାଜା କରିସାରିଛି । ଶାହାରୁଖ ଦୁଇଟି ଫିଲ୍ମରେ ଗୋଟିଏ ବର୍ଷ ମଧ୍ୟରେ ୧୦୦୦ କୋଟି ବ୍ୟବସାୟ କରିସାରିଛି । କିଙ୍ଗ ଖାନ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଶାହାରୁଖଙ୍କ ଫିଲ୍ମ ଜୱାନ ହିନ୍ଦୀ ସିନେମା ଏବଂ ତାଙ୍କ ଜୀବନରେ ସବୁଠାରୁ ବଡ ଫିଲ୍ମ ହୋଇସାରିଛି ।

Get real time updates directly on you device, subscribe now.