ସୋନମ ଯେଉଁ ଟ୍ୟାକ୍ସିରେ ଗାଜିପୁର ଯାଇଥିଲେ, ସେଇ ଡ୍ରାଇଭରର ବଡ଼ ଖୁଲାସା, ୩୦ ହଜରରେ କରିଥିଲେ ବୁକ୍‌

ରାଜା ରଘୁବଂଶୀ ହତ୍ୟାକାଣ୍ଡର ବଡ଼ ଖୁଲାସା, ଏମିତି ଗାଜିପୁର ଯାଇଥିଲେ ସୋନମ

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାର ଯାଞ୍ଚରେ ଜୋରସରରେ ଲାଗିପଡ଼ିଛି ଶିଲଙ୍ଗ ପୋଲିସ। ସୋନମ ଯେଉଁ ଟ୍ୟାକ୍ସିରେ ଇନ୍ଦୋରରୁ ଗାଜିପୁର ଯାଇଥିଲେ ତା’ର ଡ୍ରାଇଭର ପୋଲିସ ସାମ୍ନାରେ ଏକ ବଡ଼ ଖୁଲାସା କରିଛି। ଡ୍ରାଇଭର ପୀୟୁଷଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚରେ ପଚରାଯାଇଛି।

ପୋଲିସ କହିବାନୁଯାୟୀ, ସୋନମ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ବୁର୍ଖା ପିନ୍ଧି ଶିଲଙ୍ଗରୁ ଇନ୍ଦୋର ପହଞ୍ଚିଥିଲେ। ଗାଜିପୁର ଯିବା ସମୟରେ ସୋନମଙ୍କୁ ମୋବାଇଲରେ ସଂପୂର୍ଣ୍ଣ ରାସ୍ତାର ଇନଷ୍ଟ୍ରକ୍ସନ ଦିଆଯାଉଥିଲା। ସୋନମ ଲଗାତାର ଫୋନରେ କାହାକୁ ମେସେଜ କରୁଥିଲେ।

୩୦ ହଜରରେ କରିଥିଲେ ଟ୍ୟାକ୍ସି ବୁକ୍‌: ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ରାଜ୍ କୁଶୱାହା ୩୦ ହଜାର ଟଙ୍କାରେ ସୋନମଙ୍କ ପାଇଁ ଟ୍ୟାକ୍ସି ବୁକ୍ କରିଥିଲେ। ସେ ଡ୍ରାଇଭର ପିୟୁସଙ୍କୁ ଗାଜିପୁର ଛାଡ଼ିବା ଲାଗି ପଠାଇଥିଲେ। ୭ ଜୁନରେ ଦେବାସ ନାକାରେ ଭଡ଼ା ନିଆଯାଇଥିବା ଫ୍ଲାଟରୁ ସୋନମଙ୍କୁ ଟ୍ୟାକ୍ସି ନେଇଥିଲା।

ସୋନମ ବାଟରେ ଖାଇବା ଲାଗି କୌଣସି ରେଷ୍ଟୁରାଣ୍ଟରେ ରହିନଥିଲେ। ଗାଜିପୁର ପହଞ୍ଚିବା ସମୟରେ ସୋନମଙ୍କ ପାଖକୁ ଏକ କଲ୍ ଆସିଥିଲା। ଏହାପରେ ଡ୍ରାଇଭରଙ୍କ ସହ ସେ କଥା ହୋଇ ଗାଡ଼ି ରୋକିଥିଲେ। ସେ ଗାଜିପୁର ବାଇପାସରେ ଓହ୍ଲାଇଥିଲେ।