fbpx
BSKY SKY
BSKY SKY

ରକ୍ତରେ ଭିଜିଲା ସମ୍ପର୍କ ଡୋରୀ, ବଡ଼ ଭାଇକୁ ଗୁଳି ମାଡ଼ କଲା ସାନ ଭାଇ

BSKY

ଓଡିଶା ଭାସ୍କର: ରକ୍ତରେ ଭିଜିଲା ସମ୍ପର୍କର ଡୋରୀ, ବଡ଼ ଭାଇକୁ ଗୁଳି ମାଡ଼ ସାନ ଭାଇ। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ପାଟକିଜୋର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଗୁଳି ମାଡ଼ରେ ବଡ଼ ଭାଇ ବାସୁଦେବ ସାହା ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ବାସୁଦେବଙ୍କୁ ତାଙ୍କ ସମ୍ପର୍କୀୟ ମାନେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ବଡ଼ ଭାଇକୁ ଗୁଳି ମାଡ଼ କରିବା ପରେ ସାନ ଭାଇ ଗାଁ’ରୁ ଫେରାର ହୋଇଯାଇଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପାରିବାରିକ କଳହରୁ ଏଭଳି ଏକ ଗୁଳିକାଣ୍ତ ହୋଇଥିବା ଜଣାପଡିଛି।

 

Get real time updates directly on you device, subscribe now.