fbpx
BSKY
BJD MC SKY
BJD YOUTH SKY

୬୦ ନୁହେଁ ୫୦ ବର୍ଷ ବୟସରେ ମିଳିବ ପେନସନ୍ :ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କଲେ ଏହି ସରକାର

ନୂଆଦିଲ୍ଲୀ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏସସି, ଏସଟି, ଓବିସି ଏବଂ ଆଦିବାସୀ ବର୍ଗର ଲୋକଙ୍କୁ ଏକ ବଡ ଉପହାର ଦେବାର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଏହି ବର୍ଗରେ ଆସୁଥିବା ଲୋକଙ୍କ ପାଇଁ ବୃଦ୍ଧାବସ୍ଥା ପେନସନ୍ ପାଇଁ ବୟସ ସୀମା ୬୦ ବର୍ଷରୁ ୫୦ ବର୍ଷକୁ ହ୍ରାସ ପାଇବ । ସରକାରଙ୍କ ଚତୁର୍ଥ ବର୍ଷ ଅବସରରେ ରାଞ୍ଚିର ମୋହରବାଦି ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋରେନ୍ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ‘ଆମର ପଡୋଶୀ ରାଜ୍ୟ ଯେପରିକି- ବିହାର, ଓଡିଶା, ଛତିଶଗଡ ଏବଂ ପଶ୍ଚିମବଙ୍ଗ ଭଳି ବରିଷ୍ଠ ନାଗରିକମାନଙ୍କୁ ମାସିକ ୨୫୦ ରୁ ୩୦୦ ଟଙ୍କା ପେନସନ୍ ଦେଉଛନ୍ତି । କିନ୍ତୁ ଆମେ ୧୦୦୦ ଟଙ୍କା ପେନସନ୍ ଦେଉଛୁ ।

ସରକାର ନିଯୁକ୍ତି ପତ୍ର ମଧ୍ୟ ବଣ୍ଟନ କରିଥିଲେ :-

ସୋରେନ୍ କହିଛନ୍ତି, ଆମେ ଗୋଟିଏ ପାଦ ଆଗକୁ ବଢ଼ି ଆଦିବାସୀ ଏବଂ ଦଲିତ ସମ୍ପ୍ରଦାୟର ହିତାଧିକାରୀଙ୍କ ବୟସ ସୀମାକୁ ୫୦ ବର୍ଷକୁ ହ୍ରାସ କରୁଛୁ । ବର୍ତ୍ତମାନ ୟୁନିଭର୍ସାଲ୍ ପେନସନ୍ ଯୋଜନା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ଅଧୀନରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଅବିବାହିତ ମହିଳା ଏବଂ ବିଧବା ମହିଳାଙ୍କୁ ପ୍ରତି ମାସରେ ପେନସନ୍ ପ୍ରଦାନ କରାଯାଇଥାଏ । ଏହି ଅବସରରେ ୬୬୨ ଲ୍ୟାବ ଟେକ୍ନିସିଆନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦିଆଯାଇଥିଲା । ଏହା ବ୍ୟତୀତ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ଏବଂ ୩୦୦ ରୁ ଅଧିକ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ସିଏମ୍ ଭିତ୍ତିପ୍ରସ୍ତର ସ୍ଥାପନ କରି ୪୫୦୦ କୋଟି ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପର ଉଦଘାଟନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପେନସନ୍ ଯୋଜନାରେ କରାଯାଇଥିବା ପରିବର୍ତ୍ତନ ଅନୁଯାୟୀ, ରାଜ୍ୟର ଆଦିବାସୀ ଓ ଦଲିତମାନେ ୫୦ ବର୍ଷ ବୟସ ହେବା ମାତ୍ରେ ପେନସନ୍ ପାଇବାକୁ ଅଧିକାର ପାଇବେ । ଏହି ନିଷ୍ପତ୍ତି ନେବା ପଛର କାରଣ ବର୍ଣ୍ଣନା କରି ସରକାର କହିଛନ୍ତି ଯେ, ଏହି ସମ୍ପ୍ରଦାୟରେ ମୃତ୍ୟୁ ହାର ଅଧିକ ଏବଂ ସେମାନେ ୬୦ ବର୍ଷ ପରେ ମଧ୍ୟ ଚାକିରି ପାଆନ୍ତି ନାହିଁ । ସୋରେନ୍ ଦାବି କରିଛନ୍ତି ଯେ ୨୦୦୦ ରେ ଝାଡଖଣ୍ଡ ରାଜ୍ୟ ଗଠନ ପରେ ୨୦ ବର୍ଷ ମଧ୍ୟରେ କେବଳ ୧୬ ଲକ୍ଷ ଲୋକ ପେନସନ୍ ପାଇଛନ୍ତି । କିନ୍ତୁ ତାଙ୍କ ସରକାର ହିତାଧିକାରୀଙ୍କ ସଂଖ୍ୟାକୁ ୩୬ ଲକ୍ଷକୁ ବୃଦ୍ଧି କରିଛନ୍ତି । ଏଥିମଧ୍ୟରେ ୧୮ ବର୍ଷରୁ ଅଧିକ ବିଧବା ଏବଂ ଭିନ୍ନକ୍ଷମ ସାମିଲ ଅଛନ୍ତି ।

Get real time updates directly on you device, subscribe now.