fbpx

ବର୍ଷା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚ: ସିରିଜ ଡ୍ର

ବେଙ୍ଗଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ଖଳନାୟକ ସାଜିଛି ବର୍ଷା । ସିରିଜର ନିର୍ଣ୍ରାୟକ ମ୍ୟାଚରେ ବର୍ଷା ଯୋଗୁଁ ମାତ୍ର ୩.୩ ଓଭର ହିଁ ଖେଳ ହୋଇପାରିଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୮ ରନ ସଂଗ୍ରହ କରିଥିଲା ଭାରତ । କିନ୍ତୁ ଏହାପରେ ବର୍ଷା ଯୋଗୁଁ ମ୍ୟାଚ ଅଟକି ଯାଇଥିଲା । ଫଳରେ ଅମିମାଂସିତ ଭାବରେ ଏହି ସିରିଜ ଶେଷ ହୋଇଛି ।

ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ । ବର୍ଷା ଯୋଗୁଁ ମ୍ୟାଚ ଖେଳାଯିବା ସମ୍ଭବ ହୋଇ ପାରି ନଥିଲା । ତେଣୁ ଏହି ମ୍ୟାଚକୁ ଡ୍ର ରଖିବା ସହିତ ସିରିଜ ମଧ୍ୟ ଡ୍ର’ରେ ଶେଷ ହୋଇଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚରେ ବିଜୟଲାଭ କରିଥିଲେ । ତେଣୁ ଆଜିର ମ୍ୟାଚ ସିରିଜର ନିର୍ଣ୍ଣାୟକ ରହିଥିଲା । କିନ୍ତୁ ବର୍ଷା ଏହି ମ୍ୟାଚରେ ବଡ ଖଳନାୟକ ପାଲଟିଛି । ତେବେ ଏହି ମ୍ୟାଚ ଡ୍ର ରହିବା ସହ ଭାରତୀୟ ଏବଂ ଆଫ୍ରିକି ଦଳର ସିରିଜ ଜିତିବା ସ୍ୱପ୍ନ ମଧ୍ୟ ଅଧାରେ ରହିଯାଇଛି ।

Get real time updates directly on you device, subscribe now.