fbpx

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ C-295 ବିମାନ, ଏୟାର ବସ୍ ସହ ହୋଇଥିଲା ୨୧ ହଜାର କୋଟି ଟଙ୍କାର ଡିଲ୍

ନୂଆଦିଲ୍ଲୀ : ୟୁରୋପୀୟ କମ୍ପାନୀ ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସରୁ ଭାରତକୁ ପ୍ରଥମ ସି-୨୯୫ ଟାକ୍ଟିକାଲ ମିଲିଟାରୀ ଏୟାର ଲିଫ୍ଟ ବିମାନ ମିଳିଛି । ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଭି.ଆର ଚୌଧୁରୀ ସିଭିଲେ ସହରରେ ଏହାକୁ ଗ୍ରହଣ କରିଛନ୍ତି । ତେବେ ପରବର୍ତ୍ତୀ ସମୟରେ ଏହାକୁ ଖୁବଶୀଘ୍ର ଭାରତ ଅଣାଯିବ ବୋଲି ସୂଚନା ମିଳିଛି । ଭାରତର ବାୟୁସେନା ମୁଖ୍ୟ ଏହି ବିମାନକୁ ଗ୍ରହଣ କରି ଭାରତ ଆଣିବେ ବୋଲି ଗୋଟିଏ ଦିନ ଆଗରୁ ସ୍ପେନରେ ପହଞ୍ଚିଯାଇଥିଲେ ।

ସୂଚନା ଅନୁଯାୟୀ, ସି-୨୯୫ ବିମାନକୁ ସ୍ପେନର ସିଭିଲ ପ୍ଲାଣ୍ଟରେ ନିର୍ମାଣ କରାଯାଉଛି । ବିମାନଟିକୁ ଏହି ମାସ ଶେଷ ସୁଧା ହିଣ୍ଡନ ଏୟାରବେସକୁ ଅଣାଯିବ । ଆଗ୍ରା ଏୟାରବେସରେ ସି-୨୯୫କୁ ମୁତୟନ କରାଯିବ ବୋଲି ଜଣାଯାଇଛି । ଏହି ବିମାନକୁ ଚଳାଇବା ନିମନ୍ତେ ଆସନ୍ତା ବର୍ଷ ସୁଦ୍ଧା ପାଇଲଟଙ୍କୁ ତାଲିମ ଦିଆଯିବ । ଏନେଇ ଏକ ଟ୍ରେନିଂ ସେଣ୍ଡର ମଧ୍ୟ ପ୍ରସ୍ତୁତ ହେଉଛି । ୨୦୨୧ ମସିହା ସେପ୍ଟେମ୍ବରରେ ଭାରତ ଏହି ବିମାନ ଲାଗି ୨୧ ହଜାର କୋଟି ଟଙ୍କାର ଏଡିସ୍ପେସ ସହ ଡିଲ୍ କରିଥିଲା । ସେଥିରେ ୫୬ଟି ସି-୨୯୫ ବିମାନ ପାଇଁ ଚୁକ୍ତି କରାଯାଇଥିଲା ।

୫୬ ରୁ ୧୬ ଟି ସି-୨୯୫ ବିମାନ ରେଡି ଟୁ-ଫ୍ଲାଏ ଅବସ୍ଥାରେ ସ୍ପେନରୁ ଭାରତକୁ ଅଣାଯିବ । ଆଉ ୪୦ଟି ବିମାନକୁ ଗୁଜୁରାଟ ଉଦୋଦରାରେ ଟାଟା ଏବଂ ଏୟାରବସ କମ୍ପାନୀ ମିଳିତ ଭାବରେ ନିର୍ମାଣ କରିବେ । ୨୦୨୪ ସୁଦ୍ଧା ଭାରତରେ ଆଉ ୪୦ଟି ବିମାନର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବେଳେ ୨୦୨୬ ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି । ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ବାୟୁସେନାର ମୁଖ୍ୟ କହିଛନ୍ତି ।

ସି-୨୯୫ ବିମାନର ବିଶେଷତ୍ଵ :

ସି-୨୯୫ ବିମାନ ଶର୍ଟ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ କରିପାରିବ। ଏହା ମାତ୍ର ୩୨୦ ମିଟର ଦୂରତାରୁ ଉଡ଼ାଣ ଭରିପାରିବ । ସେହିପରି ଅବତରଣ ପାଇଁ ୬୭୦ ମିଟର ଲମ୍ବା ଯଥେଷ୍ଟ ହେବ । ଲଦାଖ, କାଶ୍ମୀର, ଆସାମ, ସିକ୍କିମ ଭଳି ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ଅଭିଯାନରେ ଏହି ଏୟାରକ୍ରାଫ୍ଟ ବେଶ୍ ଉପଯୋଗୀ ହେବ।

ଏହି ବିମାନର ପରିବହନ କ୍ଷମତା ୫ରୁ ୧୦ ଟନ୍ତି। ଗୋଟିଏ ଥରରେ ଏହା ୭୧ ସୈନ୍ୟ କିମ୍ବା ୪୯ ପାରାଟୁପର୍ସଙ୍କୁ ନେଇପାରିବ। ଏହା ସର୍ବାଧିକ ୨୬୦ ନଟ୍‌ସ ବେଗରେ ଉଡ଼ିପାରିବ। ବିମାନଟି ଲଗାତର ୧୧ ଘଣ୍ଟା ଉଡ଼ାଣ କରିପାରିବ ।

୨ ଲୋକଙ୍କ କେବିନ୍‌ରେ ଟସ୍କ୍ରିନ୍ କଣ୍ଟ୍ରୋଲ ସିଷ୍ଟମ ରହିଛି । ଓ ସି-୨୯୫ ଏମ୍‌ଡବ୍ଲ୍ୟୁ ଟ୍ରାନ୍ସପୋର୍ଟ ବିମାନ ପଛରେ ଗ୍ୟାମ୍ପ୍ ଡୋର ରହିଛି ଯାହାକି ସୈନିକ କିମ୍ବା କୌଣସି ଜିନିଷର ଜରୁରି ଲ୍ୟାଣ୍ଡିଂ ଏବଂ ଡ୍ରପିଂ କରିବାରେ ସହାୟକ ହେବ । ଏଥ‌ିରେ

ସ୍ଵଦେଶୀ ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ୍ ମଧ୍ୟ ରହିଛି। ବିମାନରେ ଦୁଇଟି ପ୍ରାଟ୍ ଆଣ୍ଡ ଦ୍ବିଗ୍‌ନି କାନାଡା ପିଡବ୍ଲ୍ୟୁ୧୨୭ଜି ଟର୍ବୋଗ୍ରୁପ୍ ଇଞ୍ଜିନ ରହିଛି।

 

Get real time updates directly on you device, subscribe now.