fbpx

ମହାନଦୀରେ ବନ୍ୟା ସ୍ଥିତି ଆହୁରୀ ୩ ଦିନ ଲାଗି ରହିବ, ଗାଧୋଇଲା ବେଳେ ଭାସିଗଲେ ଜଣେ ବ୍ୟକ୍ତି

କଟକ: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଆସିଛି ବନ୍ୟା। ବନ୍ୟା ପାଣୀ ରାଜ୍ୟର ବିଭୀନ୍ନ ଜିଲ୍ଲାରେ ତଳିଆ ଅଞ୍ଚଳରେ ପ୍ରବେଶ କରିଛି। ବାଙ୍କୀ ଗୟଳବାଙ୍କର ଜଣେ ବ୍ୟକ୍ତି ଗାଧୋଇଲା ବେଳେ ଭାସି ଯାଇଥିବବା ଖବର ଆସିଛି। ବ୍ୟକ୍ତି ଜଣଙ୍କୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ଏଯାବତ କୌଣସି ପତ୍ତା ମିଳିନି।

ସେପଟେ ଏହିପରି ବନ୍ୟା ସ୍ଥିତି ଆଉ ୩ ଦିନ ରହିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ତେବେ ହୀରାକୁଦକୁ ବନ୍ୟା ପାଣି ସ୍ରୋତ ହ୍ରାସ ପାଇଛି। ବନ୍ୟା ଅତିକ୍ରମ ପରେ କମିଛି ପାଣିର ସ୍ରୋତ। ସେହିପରି ମୁଣ୍ଡଳୀରେ ବି ବନ୍ୟାଜଳର ପରିମାଣ କମିଛି। କିନ୍ତୁ ହୀରାକୁଦ ଛାଡିଥିବା ପାଣିର ପ୍ରଭାବ ଆହୁରି ୩ ଦିନ ଲାଗି ରହିବ।

ବର୍ତ୍ତମାନ ମୁଣ୍ଡଳୀରେ ୧୧.୭୭ ଲକ୍ଷ କ୍ୟୁସେକ ପାଣି ବହୁଛି ଏବଂ ଯୋବ୍ରାରେ ୫.୮୧ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ବିପଦ ସଙ୍କେତ ୯୭.୨୫ ଫୁଟ ରହିଥିବା ବେଳେ ଜଳ ୯୭.୩୦ ଫୁଟ ରେ ପ୍ରବାହିତ ହେଉଛି। ସେହିପରି ଯୋବ୍ରାରେ ବିପଦ ସଙ୍କେତ ୨୧.୯୪ ମି ରହିଥିବା ବେଳେ ବନ୍ୟା ଜଳ ୨୨.୧୫ ମିଟରରେ ପ୍ରବାହିତ ହେଉଛି।

Get real time updates directly on you device, subscribe now.