ଅକ୍ଟୋବର ୩୧କୁ ବୃଦ୍ଧି ପାଇଲା ମେଧାବୀଙ୍କ ମାଗଣା ଲାପଟପ୍ ପାଇଁ ଆବେଦନ ଅବଧି, ‘ଏକ୍ସ’ ରେ ସୂଚନା ଦେଲେ ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମେଧାବୀମାନଙ୍କୁ ବିଜୁ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଲାପଟପ୍ କିଣିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ତେବେ ଏଥିପାଇଁ ଅବେଦନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଅଧିକ ସୁବିଧା ପାଇଁ ଏହି ଅବଧିକୁ ଚଳିତ ମାସ ଶେଷ ଅର୍ଥାତ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚ ବିଭାଗ ପକ୍ଷରୁ ସାମାଜିକ ଗଣ ମାଧ୍ୟମ ଏକ୍ସରେ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ +୨ ପାସ୍ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଯେଉଁ ଛାତ୍ରଛାତ୍ରୀମାନେ ବୈଧ ତାରିଖ ମଧ୍ୟରେ ଆବେଦନ କରିନାହାନ୍ତି ସେମାନଙ୍କୁ ଏହି ସୁଯୋଗ ପୁଣିଥରେ ଦିଆଯାଇଛି । ଯୋଗ୍ୟ ଛାତ୍ରଛାତ୍ରୀମାନେ ଏହି ସମୟସୀମା ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି । ସରକାର ଏହି ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ୩୦ ହଜାର ଟଙ୍କା ପ୍ରଦାନ କରିବେ । ପ୍ରତିବର୍ଷ ପାସ୍ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସରକାର ମାଗଣାରେ ଲାପଟପ୍ ଯୋଗାଇ ଦେଉଛନ୍ତି ।