fbpx

ରାଜ୍ୟରେ ଜାରି ରଖିଛି ଗ୍ରୀଷ୍ମ ପ୍ରବାହ : ଖରାଛୁଟି ପରେ ସ୍କୁଲ ଖୋଲିବାର ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି ସରକାର

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିଦେଇଛି । ତେଣୁ ଖରାଛୁଟିକୁ ୨ ଦିନ ଘୁଂଚାଇ ଦିଆଯାଇଥିବା ବେଳେ ତେବେ ଖରାଛୁଟି ଆହୁରି ବଢ଼ିବା ସମ୍ଭାବନା ରହିଛି । ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସମ୍ପୃକ୍ତ ଜିଲ୍ଲାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଚିରେ ରଖି ଏହି ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଜୁନ୍ ୨୧ ରେ ଖରାଛୁଟି ପରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଥିଲା ଗଣଶିକ୍ଷା ବିଭାଗ । କିନ୍ତୁ ଏବେବି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି ।

ଏହି ଗ୍ରୀଷ୍ମ ଲହର ଆହୁରି ୩ ଦିନ ଧରି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ସ୍କୁଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ଉତ୍ତାପ ସ୍ଥିତିର ସମୀକ୍ଷା କରିବେ ଏବଂ ସେହି ଅନୁଯାୟୀ ବିଦ୍ୟାଳୟ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ଗ୍ରୀଷ୍ମ ଅବକାଶକୁ ବଢାଇବା ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ପୂର୍ବାନୁମାନ କରିଛି ଯେ ଆସନ୍ତା ୩ ଦିନ ପାଇଁ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ସେଲସିୟସ ପର୍ୟ୍ୟନ୍ତ ରହିବ ।

Get real time updates directly on you device, subscribe now.