ଲୋକଙ୍କୁ ଘାରିଲାଣି ଏହି ଚିନ୍ତା; କାହିଁକି ପୁରୀ ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ ଦେଲେ ସରକାର!

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨୪ ଓ ୨୫ ତାରିଖ ଭକ୍ତଙ୍କୁ ପୁରୀ ଯିବାକୁ ମନା କରାଯାଇଛି । ଆଗକୁ ଆସୁଥିବା ଭକ୍ତ ମାନଙ୍କୁ ବାରଣ କରାଯିବ । ଯେଉଁମାନେ ପୁରୀ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ । ଆଉ ଯେଉଁମାନେ ରହିବେ ସେମାନଙ୍କୁ ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଯେପରି ବାତ୍ୟା ପାଇଁ ବାହାର ପର୍ଯ୍ୟଟକଙ୍କର କୌଣସି କ୍ଷତି ନ ହେବ, ସେସବୁକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତି ନେଇଛନ୍ତି ।

ଏପରିକି ପୁରୀରେ ଥିବା ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସୁରେଶ ପୂଜାରୀ । ସେପଟେ ଗଭୀର ସମୁଦ୍ରରୁ କୂଳକୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ । ଏହି ଉଦ୍ଦେଶ୍ୟରେ ଆଜି ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସମୁଦ୍ର ମଝିରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଉଛି ।

ବାତ୍ୟା ଆସିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ନିବେଦନ କରୁଛନ୍ତି କୋଷ୍ଟଗାର୍ଡ ଯବାନ । ଆଜି ଜଗତସିଂହପୁର ଜିଲ୍ଲାରେ ପାରାଦୀପ ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ଏଭଳି ସତର୍କତା ଜାରି କରାଯାଉଛି ।  ମୁଖ୍ୟମନ୍ତ୍ରୀ ମଝି ସମୁଦ୍ରରେ ଥିବା ୧୧ ଡଙ୍ଗାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସମୁଦ୍ରରେ ପୁରୀର ୨, ଜଗତସିଂହପୁରର ୯ ଡଙ୍ଗା ରହିଛି । ତୁରନ୍ତ କୂଳକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 

Get real time updates directly on you device, subscribe now.