fbpx

ସରକାର ନେଲେ ବଡ଼ ନିଷ୍ପତି: ବଢିଲା ମହଙ୍ଗା ଭର୍ତ୍ତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ବଢାଇବା ପାଇଁ ନିଷ୍ପତି ନେଇଛନ୍ତି। ମୋଦୀ ସରକାରଙ୍କ କ୍ୟାବିନେଟ୍‌ରେ ଦରମା ବୃଦ୍ଧି ଉପରେ ମୋହର ଲାଗିଛି। ତେବେ ଏହି ବିଷୟରେ ଅଫିସିଆଲ ଘୋଷଣା ହୋଇନାହିଁ। ହୋଲି ପୁର୍ବରୁ ଏହି ଖୁସି ଖବର କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ବୋଲି ଆଶା କରାଯାଉଛି । ସେହିପରି କର୍ଣ୍ଣାଟକ ସରକାର ରାଜ୍ୟ କର୍ମଚାରୀଙ୍କର ଦରମା ୧୭% ବୃଦ୍ଧି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ରାଜ୍ୟର ଲକ୍ଷାଧିକ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଏହି ନିଷ୍ପତି ଏପ୍ରିଲ ୧ରୁ ଲାଗୁ ହେବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ କର୍ଣ୍ଣାଟକରେ କର୍ମଚାରୀ ମାନଙ୍କର ଅନିଶ୍ଚିତକାଳ ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନ ବନ୍ଦ ହୋଇଛି ।

ଜାନୁଆରୀ ୧ ରୁ ମହଙ୍ଗା ଭର୍ତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ଏବେ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ମହଙ୍ଗା ଭର୍ତ୍ତା AICPI-IW ଆଧାରରେ ଗଣନା କରାଯାଏ । ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭର୍ତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଏବଂ ଜୁଲାଇରେ କାର୍ଯ୍ୟକାରୀ ହୋଇଛି । ତେବେ, ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇପାରେ । ଏହି ପରି ଜାନୁଆରୀ ପାଇଁ ମହଙ୍ଗା ଭର୍ତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଥିଲା । ସେହିଭଳି ଜୁଲାଇ-ସେପ୍ଟେମ୍ବର-ଅକ୍ଟୋବରରେ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.