fbpx

ଖାଲିପଡ଼ିଥିବା ୧୭ ହଜାରରୁ ଅଧିକ ଶିକ୍ଷକ ପଦ ପୂରଣ ପାଇଁ ନିଷ୍ପତ୍ତି ନେବେ ସରକାର : ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ଆଜି ପଞ୍ଚମ ଦିବସରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି । ପ୍ରଶ୍ନକାଳରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ, ଶିଳ୍ପ, କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଉପରେ ଆଲୋଚନା ହୋଇଥିଲା ।

ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ ଆଲୋଚନାରେ ଭାଗନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଖୁବ ଶୀଘ୍ର ରାଜ୍ୟର ୧୬ ହଜାର ୫୧୯ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ୧୭ ହଜାର ୭୬୧ ଶିକ୍ଷକ ପଦ ପୂରଣ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିବେ । ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଏ ସଂପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ବନ୍ଦ ହୋଇଥିବା ସ୍କୁଲ ଗୁଡିକ ଖୋଲିବା ନେଇ ପଦକ୍ଷେପ ନିଆଯାଉଛି ।

ବଡଚଣା ବିଧାୟକ ଅମର ନାଏକଙ୍କ ଉକ୍ରଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ସ୍ଥିତି ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ବଡ଼ଚଣା ବ୍ଲକରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏହା ବ୍ୟତୀତ ଗୃହରେ ଶୂନ୍ୟକାଳରେ ବିଧାୟକମାନେ ବିଭନ୍ନ ପ୍ରସଙ୍ଗ ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Get real time updates directly on you device, subscribe now.