fbpx

ବିକ୍କି କୌଶଲଙ୍କ ଏହି ଅଭ୍ୟାସ ପାଇଁ ଅସୁବିଧାରେ ପଡିଛନ୍ତି ପତ୍ନୀ କ୍ୟାଟ୍ରିନା କୈଫ, ଆକ୍ଟର କହିଲେ ‘ଏବେ ସେ ହାର ମାନିଯାଇଛନ୍ତି’

Advertisement

ନୂଆଦିଲ୍ଲୀ: ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡର ଲୋକପ୍ରିୟ ଦମ୍ପତ୍ତି କହିବା ଅତ୍ୟୁକ୍ତି ହେବନାହିଁ । ଏମାନଙ୍କ ଯୋଡିକୁ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବା ଦେଖିବାକୁ ମିଳିଥାଏ । ଏହି ଦମ୍ପତ୍ତି ସର୍ବଦା କପଲ ଗୋଲ ସେଟ କରିବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ । ଏହାରି ମଧ୍ୟରେ ଭିକି ନିଜ ପତ୍ନୀଙ୍କ ବିଷୟରେ କିଛି ଖୁଲାସା କରିଛନ୍ତି ।

ଟାଇମ୍ସ ନାଓକୁ ଦେଇଥିବା ଏକ ଲାଟେଷ୍ଟ ଇଣ୍ଟରଭ୍ୟୁରେ ବିକ୍କି କୌଶଲ ଖୁଲାସା କରିଛନ୍ତି ଯେ, କ୍ୟାଟ୍ରିନା ତାଙ୍କ ଜୀବନରେ ପୋଲିସ ଭୂମିକାରେ ରୁହନ୍ତି ଏବଂ କ୍ୟାଟ୍ରିନା ତାଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରନ୍ତି । ଯେପରିକି ତୁମେ କଣ ପିନ୍ଧିବ? ଏହାକୁ ତୁମେ କଣ ପାଇଁ ପିନ୍ଧୁଛ? ବିକ୍କି ଫ୍ୟାସନ ମାମଲାରେ ସର୍ବନିମ୍ନ ଅଟନ୍ତି । ସେ ନିଜ ଆଲମାରୀରେ ସର୍ବଦା କମ ଡ୍ରେସ ରଖନ୍ତି । ଯେଉଁଥିରେ ଚାରୋଟି ସାର୍ଟ, ଚାରୋଟି ଟି-ସାର୍ଟ ଏବଂ ଚାରୋଟି ଡେନିମ ରଖିବାକୁ ପସନ୍ଦ କରନ୍ତି ।

ବିକ୍କିଙ୍କ ଫ୍ୟାଶନ ଚଏସରେ ଏବେ କ୍ୟାଟ୍ରିନା କୈଫ ହାର ମାନିଯାଇଛନ୍ତି । ବିକ୍କି ଖୁଲାସା କରିଛନ୍ତି ଯେ, କ୍ୟାଟ୍ରିନା ଏବେ ଫ୍ୟାସନ ଚଏସକୁ ଇଫ୍ଲୁଏନ୍ସ କରିବାର ପ୍ରୟାସ ବନ୍ଦ କରିଦେଇଛନ୍ତି । ବହୁ ବର୍ଷ ପର୍ଯ୍ୟନ୍ତ ଏହି ଦମ୍ପତ୍ତି ନିଜ ସଂପର୍କକୁ ଗୋପନୀୟ କରିବା ପରେ ବିକ୍କି ଏବଂ କ୍ୟାଟ୍ରିନା ୨୦୨୧ରେ ରାଜସ୍ଥାନରେ ବିବାହ କରିଥିଲେ ।

Get real time updates directly on you device, subscribe now.