ବର ମନାକଲା ବାହା ହେବାକୁ, ନିଶ ଚାଞ୍ଛିଦେଲେ କନିଆଁଘର

ବିବାହ କରିବାକୁ ମନା କରିବା ବରକୁ ମହଙ୍ଗା ପଡ଼ିଲା। ମାଡ଼ ମାରିବା ସହ ବରର ନିଶ ଚାଞ୍ଛିଦେଲେ କନ୍ୟାପକ୍ଷ। ଥାନାରେ ଏତଲା...

ରାଜସ୍ଥାନ: ବିବାହ କରିବାକୁ ମନା କରିବା ଜଣେ ବର ପାଇଁ ମହଙ୍ଗା ପଡ଼ିଛି। ବାହାଘର ପାଇଁ ଦିନ ଧାର୍ଯ୍ୟ କରିବାକୁ ଆସି ଝିଅ ପସନ୍ଦ ନୁହେଁ ବୋଲି କହିଲେ। ଆଉ ତାପରେ ଯାହା ହେଲା ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।

ଝିଅକୁ ନିର୍ବନ୍ଧ ଦିନ ଦେଖି ପୁଅର ପସନ୍ଦ ହୋଇନଥିଲା। ଆଉ ସିଧାସଳଖ ବିବାହ କରିବାକୁ ମନାକଲେ। ଏହି କଥାରେ ରାଗିଗଲେ ଝିଅ ଘରଲୋକ। ରାଗରେ ବରକୁ ନିର୍ଧୁମ ଛେଚିବା ସହ ବରର ନିଶ ଚାଞ୍ଛିଦେଲେ।

କାହିଁକି କଟାଗଲା ବରର ନିଶ: ରାଜସ୍ଥାନର କରୌଲିରେ, କନ୍ୟାର ମୁହଁ ଦେଖିବା ପରେ ଜଣେ ବର ବିବାହ କରିବାକୁ ମନାକରିଦେଇଥିଲେ। ଆଉ କହିଥିଲେ ଯେ ଆମକୁ ଠକି ଦିଆଯାଇଛି। ପ୍ରସ୍ତାବ ପଡ଼ିଥିବା ସମୟରେ ଯେଉଁ ଝିଅକୁ ଦେଖାଯାଇଥିଲା ଏ ସେ ଝିଅ ନୁହେଁ।

ଫଟୋରେ ଅନ୍ୟଜଣେ ଝିଅ ଥିଲେ। ଆମକୁ ଗୋଟେ ଫଟୋ ଦେଖାଇ ଆଉ ଜଣେ ଝିଅ ସହ ବିବାହ କରାଯାଉଛି। ଯାହାପରେ ଉଭୟ ପରିବାର ମଧ୍ୟରେ ଯୁକ୍ତତର୍କ ହୋଇଥିଲା।

ମଧ୍ୟସ୍ଥି ମାନଙ୍କୁ ମଧ୍ୟ ଡ଼କାଗଲା। ହେଲେ କୌଣସି ସମାଧାନ ହୋଇପାରିଲା ନାହିଁ। ଫଳରେ କନ୍ୟା ଘରଲୋକ ରାଗରେ ବରକୁ ମାଡ଼ ମାରିବା ସହ ତାଙ୍କର କେଶ ଓ ନିଶକୁ କାଟିଦେଇଥିଲେ।

ବରର ପରିଚୟ: ସୂଚନାନୂସାରେ, ବର ଜଣଙ୍କ ରାଜସ୍ଥାନର ତୋଡାଭିମ ଅଞ୍ଚଳର ବାସିନ୍ଦା। ସେ ଜଣେ ଷ୍ଟେସନ ମାଷ୍ଟର ଭାବରେ କାମ କରନ୍ତି। ପରିବାରର ସମସ୍ତ ସଦସ୍ୟ ବିବାହ ଉତ୍ସବ କରିବା ପାଇଁ ଏକାଠି କନ୍ୟା ଘରକୁ ଯାଇଥିଲେ।

ହେଲେ ସେଠାରେ ଝିଅକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାରଲୋକେ। କାରଣ ଫଟୋରେ ଦେଖାଯାଉଥିବା ଝିଅଟି ଏହି ଝିଅଠାରୁ ଭିନ୍ନ ଥିଲା। ତେଣୁ, ବର ଘରଲୋକ ଝିଅଟିକୁ ନାପସନ୍ଦ କଲେ ଏବଂ ନିର୍ବନ୍ଧ କରିବେନି ବୋଲି ମନା କରିଦେଲେ।

ଉତ୍ୟକ୍ତ ହୋଇଗଲେ କନ୍ୟାପକ୍ଷ: ନିର୍ବନ୍ଧ କରିବାକୁ ଯେତେବେଳେ ପୁଅଘର ରାଜି ନହେଲେ। ସେତେବେଳେ ଝିଅଘର ଲୋକ ବରକୁ ମାଡ଼ ମାରିବା ଆରମ୍ଭ କରିଦେଲେ। ଏହାସହ କେଶ ଓ ନିଶ କାଟିଦେଲେ।

ଥାନାରେ ମାମଲା: ବରପକ୍ଷଙ୍କ ସହ ଜୋରଜବରଦସ୍ତି ଓ ମାଡ଼ ମାରିବା ଘଟଣା ଏବେ ଥାନାରେ ପହଞ୍ଚିଛି। ପୁଅ ଘରଲୋକ ତୋଡାଭିମ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଘଟଣା ବିଷୟରେ ପୋଲିସ ଜାଣିବା ପରେ, ବୟାନ ରେକର୍ଡ କରିବା ପରେ ତଦନ୍ତ ଆରମ୍ଭ କରିଛି।