fbpx

କାଲିଠୁ ଆଜି ଅଧିକ କଲବଲ କରୁଛି ତାତି; ଦିନ ସାଢ଼େ ୨ରେ ଟପିଲା ୪୬ ଡିଗ୍ରୀ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କାଲି ଠାରୁ ଆଜି ଅଧିକ କଲବଲ କରୁଛି ତାତି । ଦିନ ସାଢ଼େ ୨ରେ ତାତି ୪୬ ଟପିଲା । ୪୬.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା ୪୩.୮ ଡିଗ୍ରୀ, କେନ୍ଦୁଝର ୪୧.୪, ବାଲେଶ୍ବର ୩୬.୬, ଭୁବନେଶ୍ବର ୩୬.୪ ଡିଗ୍ରୀ । ଖରାରୁ କିଛି ଦିନ ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ବଢିଛି । ସାରା ଦେଶରେ ତାତି ଅନୁଭୁତ ହେଉଛି । ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରହିଥିଲା । ସେହିଭଳି ସକାଳେ ରାଜଧାନୀର ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଛି । ଅନ୍ୟପକ୍ଷେ ୨ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଗତକାଲି ଅସହ୍ୟ ଖରା ଓ ଗୁଳୁଗୁଳିକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଥିଲେ ଏସଆରସି । ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ପାଇଁ ସମସ୍ତ ଡାକ୍ତରଖାନାକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡା, ସମ୍ବଲପୁର ଓ ସୋନପୁରକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ । ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.