fbpx

ପୁଣି ଖୋଲିବ ହୀରାକୁଦ ଗେଟ୍ ; ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି

ଓଡିଶା ଭାସ୍କର; ଆଜି ପୁଣି ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ ଖୋଲିବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି । ବାମ ପାର୍ଶ୍ୱରେ ୪ଟି ଓ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯିବ ବୋଲି କୁହାଯାଉଛି । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୧୦ ଫୁଟ ରହିଛି ।

ସୂଚନା ଥାଉକି, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାରାହାରି ୨୩.୭ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨ ପ୍ରତିଶତ ଅଧିକ ରହିଥିଲା । ସେହିପରି ୧ ସେପ୍ଟେମ୍ୱରରୁ ୨୦ ସେପ୍ଟେମ୍ୱର ସୁଦ୍ଧା ରାଜ୍ୟରେ ୨୫୮ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ୧୭୬.୭ ମିମି ତୁଳନାରେ ୪୬ ପ୍ରତିଶତ ଅଧିକ। ଏଥିସହିତ ପୁରା ସେପ୍ଟେମ୍ୱର ମାସର ସ୍ୱଭାବିକ ବର୍ଷା ୨୩୫.୭ ମିମିକୁ ପରିମାଣକୁ ୨୦ ଦିନରେ ହୋଇଥିବା ବର୍ଷା ଅତିକ୍ରମ କରିଛି।

Get real time updates directly on you device, subscribe now.