କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଚାଲିଛି ଜଣଙ୍କ ପରେ ଜଣଙ୍କୁ ଜେରା
ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଚାଲିଛି ଜେରା
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ଜେରା ଚାଲିଛି। ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ କମିଟିର ଜେରା ଆରମ୍ଭ ହୋଇଛି। ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଜେରା ଚାଲିଛି।
ଏହି ମାମଲାରେ ସହକାରୀ ନିର୍ଦ୍ଦେଶକ, ସିନିୟର ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ମଧ୍ୟ ଜେରା କରାଯାଉଛି। ୬ ଜଣଙ୍କୁ ଜେରା କରୁଛି ଉଚ୍ଚସ୍ତରୀୟ କମିଟି। ପର୍ଯ୍ୟାୟକ୍ରମେ କମିଟି ପଚରାଉଚରା କରୁଛି। କମିଟି ପୂର୍ବରୁ କିଟର ୮ ଜଣଙ୍କୁ ଜେରା କରିସାରିଛି।