fbpx

ବିଧାନସଭାରେ ଉଠିଲା ରୁଚିକା ପ୍ରସଙ୍ଗ: ସେପଟେ ରାତିସାରା ଧାରଣାରେ ବସିଲେ ଛାତ୍ର ସଙ୍ଗଠନ ଓ ପରିବାର ଲୋକ (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟ କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଛାନଭିନ୍ ଜାରି ରହିଛି । ଏହାରି ମଧ୍ୟରେ ବିଧାନସଭାରେ ଉଠିଛି ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ । ବାଚସ୍ପତିଙ୍କ ପୋଡିୟମ ଆଗରେ ବିରୋଧୀମାନେ ହୋହଲ୍ଲା କରିଥିଲେ । ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜି ଦେଖିବାକୁ ମିଳିଥିଲା । ହଟ୍ଟଗୋଳ ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।

ଅନ୍ୟପଟେ ବିଜେବି କଲେଜ ମୁଖ୍ୟ ଗେଟ୍ ସାମ୍ନାରେ ରୁଚିକାଙ୍କ ମାଆ ଧାରଣା ଦେଇଛନ୍ତି। ସୁଇସାଇଡାଲ୍ ନୋଟ୍ ରେ ଲେଖା ଥିବା ତିନି ସିନିୟର ଛାତ୍ରୀଙ୍କୁ ଗିରଫ କରିବା ସହ କଲେଜରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ମୃତ ଛାତ୍ରୀଙ୍କ ମାଆ । ସେହିପରି ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ରୁଚିକାଙ୍କ ମାଆ। କଲେଜ୍ କର୍ତ୍ତୃପକ୍ଷଙ୍କ ନିରବତାକୁ କଡ଼ା ନିନ୍ଦା କରିଛନ୍ତି ।

ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ରୁଚିକାଙ୍କ ମାଆ । ତାଙ୍କ ସହ ଧାରଣାରେ ଆଉ କିଛି ସାମାଜିକ ସଂଗଠନ ମଧ୍ୟ ସମାନ ଦାବି ନେଇ ଧାରଣାରେ ବସିଛନ୍ତି। ସେହିପରି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ ଶୋଭାଯାତ୍ରା କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ଛାତ୍ରୀଙ୍କୁ ନ୍ୟାୟ ନ ମିଳିବ ଯାଏ ଆନ୍ଦୋଳନ ଚାଲିବ ବୋଲି ସଂଗଠନ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.