fbpx

ମିଥ୍ୟା ଖବର ପ୍ରସାରଣକୁ ନେଇ ଖବର କାଗଜ ପୋଡ଼ିଲେ କଳିଙ୍ଗନଗର ବଣିକ ସଙ୍ଘ

କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ମୁଖ୍ୟ ଛକ ରାସ୍ତା କଡରେ ଥିବା ଦୋକାନୀମାନଙ୍କୁ ସରକାର ବିନା ଥଇଥାନ କରି ଉଠେଇବା ପାଇଁ ନୋଟିସକୁ ବିରୋଧରେ କରିଛନ୍ତି କଳିଙ୍ଗ ନଗର ବଣିକ ସଂଘ । କଳିଙ୍ଗନଗର ମୁଖ୍ୟ ଛକଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ ବେଳେ ତାହାକୁ ବିରୋଧ କରି କଳିଙ୍ଗନଗର ବଣିକ ସଙ୍ଘ ତରଫରୁ ଜାତୀୟ ରାଜପଥ ୫୩ର ଉଛେଦ କାର୍ଯ୍ୟକୁ ବିରୋଧ କରିଛନ୍ତି ସଂଘ ।

୨୬ ତାରିଖ ଦିନ କଳିଙ୍ଗନଗର ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ଗଣ ଅନଶନରେ ବସିଥିବା ବେଳେ ସ୍ଥାନୀୟ ବିଧାୟକ ଓ ସୁକିନ୍ଦା ତହସିଲଦାର ଅନଶନକାରୀଙ୍କ ପାଖରେ ପହଞ୍ଚି ଅନଶନ କାରୀଙ୍କୁ ପ୍ରତିଶୃତି ଦେବା ପରେ କଳିଙ୍ଗନଗର ବଣିକ ସଙ୍ଘ ତରଫରୁ ଗଣଅନଶନ ଭଙ୍ଗ ହୋଇଥିବାବେଳେ ଏହି ଖବରକୁ ସମସ୍ତ ଦୈନିକ ଖବରକାଗଜ ଓ ବିଭିନ୍ନ ଚ୍ୟାନେଲ ସଠିକ ଖବର ପ୍ରସାରଣ କରିଥିବାବେଳେ ସେଥିରେ ବ୍ୟତିକ୍ରମକରି ଦୈନିକ ଖବର କାଗଜ ସମ୍ବାଦ ସଙ୍ଗଠନ ନାମରେ ମିଥ୍ୟା ଖବର ତଥା – କାରଖାନା ପାଇଁ ଜମି ହରାଉଥିବା, ରାସ୍ତା ଅବରୋଧ କରିବା ,ସୁକିନ୍ଦା ବିଧାୟକ ଅନଶନ କାରୀଙ୍କୁ ସର୍ବତ ପିଆଇ ଅନଶନ ଭଙ୍ଗ କରିବା ଏପରି ମିଛ ଖବର ପ୍ରସାରଣ କରି କଳିଙ୍ଗନଗର ବଣିକ ସଙ୍ଘର କର୍ମକାର୍ତ୍ତାଙ୍କୁ ଅପମାନ କରିଥିବା ବିରୋଧ କରି ବଣିକ ସଙ୍ଘ ତରଫରୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ କଳିଙ୍ଗନଗର ଛକ ଠାରେ ସମ୍ବାଦ ପେପର ପୋଡି କରାଯିବା ସହିତ ପେପର ବିରୋଧରେ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.