fbpx

ରତ୍ନମାନଙ୍କ ରାଜା ହେଉଛି ମାଣିକ, ଜାଣନ୍ତୁ କେଉଁମାନେ ମାଣିକ ପିନ୍ଧିବା ଆବଶ୍ୟକ

ଓଡିଶା ଭାସ୍କର : ମାଣିକକୁ ରତ୍ନମାନଙ୍କ ରାଜା ବୋଲି କୁହାଯାଏ । ଏଥିରେ ଭୌତିକ ଏବଂ ଆଧ୍ୟାତ୍ମିକ ଗୁଣ ପରିଲକ୍ଷିତ ହୋଇଥାଏ । ଜ୍ୟୋତିଷମାନଙ୍କ କହିବା ଅନୁସାରେ ମାଣିକ ପଥରକୁ ଆଙ୍ଗୁଳିରେ ଧାରଣ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । କିନ୍ତୁ ମାଣିକ ରତ୍ନ ସମସ୍ତେ ଧାରଣ କରିପାରିବେ ନାହିଁ । ତେବେ ଏହାକୁ ଧାରଣ କରିବାକୁ ହେଲେ କୌଣସି ଭଲ ଜ୍ୟୋତିଷଙ୍କ ପରାମର୍ଶ ନେବାକୁ ପଡିବ । ମାଣିକ ରତ୍ନର ଲାଲ ରଙ୍ଗ ମେଷ ରାଶିର ଲୋକଙ୍କ ଉଗ୍ର ସ୍ୱଭାବ ସହିତ ମେଳ ଖାଇଥାଏ । ଏହା ଉପରେ ଅଧ୍ୟୟନ କରୁଥିବା ଟିମ କହିଛି ମେଷ ରାଶିର ଲୋକମାନେ ଅଧିକ ସାହସୀ ହୋଇଥାନ୍ତି ଏବଂ ସେମାନେ କାହାକୁ ଡରନ୍ତି ନାହିଁ । ମାଣିକ ରତ୍ନ ସେମାନଙ୍କ ସେମାନଙ୍କ ମଜଭୁତ ଶୋଭାବକୁ ବଜାଇ ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ଧାରଣ କରିବା ପରେ ମେଷ ରାଶିର ଲୋକମାନଙ୍କ ଉପରେ ଆସୁଥିବା ବିପଦ ଏବଂ ଡର ଉପରେ ସେମାନେ ନିୟନ୍ତ୍ରଣ କରିପାରିବେ । ଏହା ଦ୍ୱାରା ତାଙ୍କୁ ଶକ୍ତି ମିଳିଥାଏ । ଏହା ଛଡା ଏହି ରତ୍ନ ତାଙ୍କୁ ତାଙ୍କ କାମରେ ସଫଳତା ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ମାଣିକ ରତ୍ନ ପିନ୍ଧିବା ଦ୍ୱାର କ’ଣ ଫାଇଦା ମିଳିଥାଏ ।
• ମାଣିକ ରତ୍ନ ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ନାନ ବଢାଇଥାଏ । ଏହାକୁ ପିନ୍ଧିଥିବା ବ୍ୟକ୍ତି ସବୁବେଳେ ଉଚ୍ଚପଦର ଅଧିକାରୀ ହୋଇଥାନ୍ତି ।
• ଏହା ଆପଣଙ୍କୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିବାକୁ ଚେଷ୍ଟା କରିଥାଏ ।
• ଏହା ଆପଣଙ୍କର ଶକ୍ତିକୁ ଗତିଶିଳ କରିବା ସହିତ, ରଚନାତ୍ମକ କୌଶଳ,ବୌଦ୍ଧିକ କୌଶଳ ଏବଂ ସଞ୍ଚାର କୌଶଳକୁ ବଢାଇବାରେ ସାହାଯ୍ୟ କରିଥାଏ ।
• ଏହି ରତ୍ନକୁ ପିନ୍ଧିବା ଦ୍ୱାରା ଆପଣଙ୍କ ଆତ୍ମବଳ ବଢିବା ସହିତ ସକରାତ୍ମକ ଉର୍ଜା ବଢି ଥାଏ । ଯାହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଭଲ ପ୍ରଗତି ହୋଇଥାଏ ।
• ମାଣିକ ରତ୍ନର ସମ୍ପର୍କ ସୂର୍ଯ୍ୟଦେବଙ୍କ ସହ ଥିବା କୁହାଯାଏ । ଏହାକୁ ଧାରଣ କରିବା ଦ୍ୱାରା ବ୍ୟକ୍ତିର ସୂର୍ଯ୍ୟ ଗ୍ରହ ମଜଭୁତ ହୋଇଥାଏ ।
• ମାଣିକ ରତ୍ନର ମୁଦି ପିନ୍ଧିବା ଦ୍ୱାରା ବ୍ୟକ୍ତିର ମାନ ସମ୍ନାନ ବୃଦ୍ଧି ହୋଇଥାଏ ।
ଜ୍ୟୋତିଷଙ୍କ ଅନୁସାରେ ମାଣିକ ରତ୍ନ ମିଥୁନ, କନ୍ୟା,ତୁଳା, ମକର ଏବଂ କୁମ୍ଭ ରାଶିର ଲୋକମାନଙ୍କୁ ଧାରଣ କରିବା ଉଚିତ ନୁହେଁ । ଏହା ଛଡା ଯେଉଁମାନେ ଲୁହା ଏବଂ ତେଲ କାମ ସହିତ ଜଡିତ ସେମାନେ ଏହାକୁ ଧାରଣ କରିବା ଉଚିତ ନୁହେଁ । ଏହି ଲୋମାନେ ମାଣିକ ରତ୍ନ ଧାରଣ କଲେ ଅଶୁଭ ହୋଇଥାଏ ।

Get real time updates directly on you device, subscribe now.