ନୂଆଦିଲ୍ଲୀ: ଭାରତ-ଆୟରଲାଣ୍ଡ ଟି-୨୦ ସିରିଜ ପରେ ତାଜା ରାଙ୍କିଙ୍ଗ ଜାରି କରିଛି ଆଇସିସି । ତେବେ ଏହି ରାଙ୍କିଙ୍ଗ ଅନୁସାରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲାଗିଛି ଏକ ଶକ୍ତ ଝଟକା । ଏକ ରେକର୍ଡ କରିବାରେ ସେ ଖୁବ ପଛରେ ପଡିଯାଇଛନ୍ତି । ଅନେକ ଦିନ ଗୋଟିଏ ସ୍ଥାନରେ ରାଜୁତି କରିବା ପରେ ଏବେ ତଳକୁ ଖସିଛନ୍ତି ବିରାଟ ।
ଆଇସିସିର ନୂଆ ରାଙ୍କିଙ୍ଗ ଅନୁସାରେ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ । ତେବେ ଏହା ସହିତ ବାବର ଆଜମଙ୍କ ନାଁରେ ଏକ ବଡ ରେକର୍ଡ ଲେଖା ହୋଇଛି । ଯେଉଁଥିରେ ସେ ରନ ମେସିନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ସର୍ବାଧିକ ସମୟ ପର୍ଯ୍ୟନ୍ତ ଟି-୨୦ ରାଙ୍କିଙ୍ଗର ଏକ ନମ୍ବରରେ ରହିଥିବା ଖେଳାଳି ପାଲଟି ଯାଇଛନ୍ତି ବାବର । ତେବେ ଏହା ପୂର୍ବରୁ ଏହି ରେକର୍ଡ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନାଁରେ ରହିଥିଲା । ୧୦୧୩ ଦିନ ପର୍ଯ୍ୟନ୍ତ ବିରାଟ ଏହି ସ୍ଥାନରେ ରହି ରେକର୍ଡ ନିଜ ନାଁରେ କରିଥିଲେ ।
Another record for Babar Azam 👊
All the changes in this week's @MRFWorldwide men's rankings 👇
— ICC (@ICC) June 29, 2022
ବାବର ଆଜମ ଦୀର୍ଘ ଦିନରୁ ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ୮୧୮ ପଏଣ୍ଟ ସହ ଏହି ସ୍ଥାନକୁ କବଜା କରିଛନ୍ତି ବାବର । ତେବେ ଏହି ତାଲିକାରେ ଶୀର୍ଷ ୨୦ ଜଣକ ମଧ୍ୟରେ ବିରାଟଙ୍କୁ ସ୍ଥାନ ମିଳିନାହିଁ । ବିରାଟ କୋହଲିଙ୍କ ରାଙ୍କିଙ୍ଗ ୫୭୧ ରେଟିଙ୍ଗ ସହ ୨ତମ ସ୍ଥାନରେ ରହିଛନ୍ତି ।
ସେପଟେ ଟି-୨୦ ରାଙ୍କିଙ୍ଗର ଟପ-୧୦ରେ କେବଳ ଜଣେ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି । ଟିମ ଇଣ୍ଡିଆର ଷ୍ଟାର ଓପନର ଇଶାନ କିଶାନ ଏହି ତାଲିକାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ତେବେ ଏହାପରେ ୧୭ତମ ସ୍ଥାନରେ ଦଳର ଉପଅଧିନାୟକ କେ.ଏଲ ରାହୁଲ ରହିଛନ୍ତି ।