fbpx

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା; ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହିଲେ ସେ ରାତିର ଛାତିଥରା କଥା…

‘ମୁଁ ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଲେ’

କଟକ: (ଓଡ଼ିଶା ଭାସ୍କର) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ। ଘଟଣା ଦିନର ଛାତିଥରା କାହାଣୀ କାନ୍ଦି କାନ୍ଦି କହିଲେ ମେଜରଙ୍କ ବାନ୍ଧବୀ । କେଉଁଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ, ସେ କଥା କହିଚନ୍ତି ।

“୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି । କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇଦେଲେ । ମୁଁ ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଲେ । ଜଣେ ଲେଡି କନଷ୍ଟେବଲ ଗଳା ଚିପିବାରୁ ବଞ୍ଚିବାକୁ ତାଙ୍କ ହାତ କାମୁଡ଼ିଦେଲି । ସେମାନେ ମୋ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍‌ରେ ପୂରାଇଦେଲେ । ୨ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଚାଲିଲେ । ଭୋର୍ ସମୟରେ ଆଇଆଇସି ପହଞ୍ଚିଲେ, ଫିଜିକାଲ ଆସଲ୍ଟ ଉଦ୍ୟମ କଲେ ।

ଗତକାଲି ଏହି ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । କୋର୍ଟରେ ମହିଳାଙ୍କ ବେଲ୍‌ ପ୍ରସଙ୍ଗ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମାଜିଷ୍ଟ୍ରେଟ୍‌ । ତଳକୋର୍ଟ ଜୁଡିସିଆଲ ପରିବର୍ତ୍ତେ, ମେକାନିକାଲ ମାଇଣ୍ଡ ବ୍ୟବହାର କରାଯାଇଛି । ଜାମିନ ପ୍ରଦାନ ଓ ଖାରଜ କରିବାର କାରଣ ଦର୍ଶାଇବା ନିୟମ ରହିଛି । ଏନେଇ ସୁପ୍ରିମକକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମା ରହିତିବା ନେଇ ଗତକାଲି କହିଥିଲେ ମାଜିଷ୍ଟ୍ରେଟ୍‌ । ଏହା ସହ ସମସ୍ତ ମାଜିଷ୍ଟ୍ରେଟ୍‌ମାନଙ୍କୁ ସଚେତନ କରିବାକୁ ଖୋର୍ଦ୍ଧା ଜିଲ୍ଲା ଜଜ୍‌ଙ୍କୁ କହିଥିଲେ ହାଇକୋର୍ଟ ।

Get real time updates directly on you device, subscribe now.