fbpx

ସ୍ତ୍ରୀ ଉପରେ ଥିଲା ରାଗ; ନିଆଁ ଲଗେଇ ପୋଡ଼ିଦେଲା ୧୦ ପଡ଼ୋଶୀଙ୍କ ଘର

ମୁମ୍ବାଇ: ମହାରାଷ୍ଟରେ ମଜଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଯୋଗୁଁ ନଷ୍ଟ ହେଲା ୧୦ ପଡ଼ୋଶୀଙ୍କ ଘର । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଏମିତି କରାଳ ରୂପ ନେଇଥିଲା ଯେ ଏହାର ପରିଣାମ ପଡ଼ୋଶୀଙ୍କୁ ଭୋଗିବାକୁ ପଡ଼ିଥିଲା । ସ୍ତ୍ରୀ ସହ ଝଗଡ଼ା ପରେ ରାଗରେ ବ୍ୟକ୍ତି ଜଣକ ନିଜ ଘରେ ନିଆଁ ଲଗାଇ ଦେଇଥିଲା, ଆଉ କିଛି ସମୟ ମଧ୍ୟରେ ନିଆଁ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା ।

ପାଲିସର କହିବା ଅନୁଯାୟୀ ସୋମବାର ଦିନ ସଞ୍ଚୟ ପାଟିଲ ଏବଂ ତାଙ୍କ ପତ୍ନୀ ପଲ୍ଲବୀ ସହ ଝଗଡ଼ା ହୋଇଥିଲା । କଥା ମାରପିଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହାରି ମଧ୍ୟରେ ରାଗରେ ସଞ୍ଚୟ ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଥିଲା । କିଛି ସମୟ ପରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା ଏବଂ ଅନ୍ୟ ୧୦ ପଡ଼ୋଶୀଙ୍କ ଘରକୁ ବ୍ୟାପିଯାଇଥିଲା । ପୋଲିସ ଅଧିକାରୀ ଆହୁରି କହିଛନ୍ତି କୋଟି କୋଟି ଟଙ୍କାର କ୍ଷତି ହୋଇଛି । ତେବେ ସୌଭାଗ୍ୟବଶତଃ କେହି ମୃତାହାତ ହୋଇନାହାଁନ୍ତି । ଘଟଣା ପରେ ପଡ଼ୋଶୀ ସଞ୍ଚୟଙ୍କୁ ଧରି ପିଟିଥିଲେ । ତେବେ ପୋଲିସ ସଞ୍ଚୟଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.