ମୌସୁମୀ ପହଞ୍ଚିବାକୁ ଅନୁକୁଳ ହେଉଛି ପାଗ, 3 ଘଣ୍ଟା ପ୍ରବଳ ବର୍ଷା

ଆସୁଛି ମୌସୁମୀ । ଢାଳିବ ବର୍ଷା । ଆଜି 3 ଘଣ୍ଟା ବର୍ଷା ହେବା ନେଇ ସତର୍କ କଲା ପାଣିପାଗ ବିଭାଗ ।

ଭୁବନେଶ୍ବର: ମୌସୁମୀ ପହଞ୍ଚିବାକୁ ଅନୁକୁଳ ହେଉଛି ପାଗ । ଆଜି 3 ଘଣ୍ଟା ବର୍ଷା ହେବା ନେଇ ସତର୍କ କଲା ପାଣିପାଗ ବିଭାଗ । ଏହା ସହ 40 ରୁ 50 କିମି ବେଗରେ ବହିପାରେ ପବନ । ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆଲର୍ଟ କରିଛି ।

ତେବେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ାରେ ବର୍ଷା ହେବା ସହ ପୁରୀ, ରାୟଗଡ଼ା, ଅନୁଗୁଳ, କଟକ, ଢେଙ୍କାନାଳରେ ମଧ୍ୟ ବର୍ଷିବ । ଏପଟେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକରେ ହେବ ବର୍ଷା । ମାଲକାନାଗିରି, ନବରଙ୍ଗପୁର ଏବଂ ନୂଆପଡ଼ାରେ ମଧ୍ୟ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ।