fbpx

ମାମୁଁଙ୍କୁ ସଂପତ୍ତିର ଭାଗ ମାଗିଲା ଭଣଜା, ହାଇକୋର୍ଟ ଶୁଣାଣି କଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସଂପତ୍ତି ସମ୍ବନ୍ଧୀୟ ଏକ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଭଣଜା ନିଜର ଦୁଇ ମାମୁଁଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଏଥିରେ ମାମୁଁ ତାଙ୍କ ଭଉଣୀଙ୍କୁ ସଂପତ୍ତିର ଭାଗ ନଦେବା କଥା କୁହାଯାଇଛି। ତେବେ ଭଣଜା ନିଜର ଅଧିକାରକୁ ନେଇ କୋର୍ଟରେ ଅପିଲ କରିଛନ୍ତି।

ଏହି ମାମଲା ନୂଆଦିଲ୍ଲୀର ଅଟେ। ଏହି ମାମଲା ଯେତେବେଳେ ଶୁଣାଣି ହୋଇଥିଲା କୋର୍ଟ କହିଥିଲେ ଯେ, ଝିଅର ଯଦି ମୃତ୍ୟୁ ହୋଇସାରିଛି ତେବେ ତା ସ୍ୱାମୀ ଏବଂ ତାଙ୍କ ପିଲାଙ୍କର ତାଙ୍କ ବାପାଙ୍କ ସଂପତ୍ତି ଉପରେ ଅଧିକାର ଅଛି। ଏହି ପରିସ୍ଥିତିରେ ଅନ୍ୟପକ୍ଷ ସଂପତ୍ତିର ଭାଗ ନ ହେବା ଯାଏଁ ସଂପତ୍ତି ବିକ୍ରି ହୋଇପାରିବ ନାହିଁ।

ମାମଲା ଅନୁଯାୟୀ, ଆବେଦନକାରୀଙ୍କ ମାଆ ନିଜ ବାପାଙ୍କ ସଂପତ୍ତିର ଅଧିକାରୀ ଥିଲେ। ଏଥିରେ ତାଙ୍କର ଅଧିକାର ରହିଛି। ସେହିପରି କୋର୍ଟ ମାମଲାର ଆଗାମୀ ଶୁଣାଣି ପର୍ଯ୍ୟନ୍ତ ସମସ୍ତ ସଂପତ୍ତିର ବିବରଣୀ ଏବଂ ସମ୍ବନ୍ଧୀୟ କାର୍ଯ୍ୟାଳୟ ଦ୍ୱାରା ମୂଲ୍ୟାଙ୍କନ କରିବାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଗାମୀ ରାୟ ପର୍ଯ୍ୟନ୍ତ ସଂପତ୍ତିକୁ ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇନାହିଁ ସେପର୍ଯ୍ୟନ୍ତ ସଂପତ୍ତି ବିକ୍ରି ହୋଇପାରିବ ନାହିଁ।

Get real time updates directly on you device, subscribe now.