fbpx

ବହୁ ଚର୍ଚ୍ଚୁିତ ପଶ୍ଚିମବଙ୍ଗ ବୀରଭୁମ ହତ୍ୟା ମାମଲାରେ ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଲା ଏନଆଇଏ

ଭୁବନେଶ୍ୱର: ବହୁ ଚର୍ଚ୍ଚୁିତ ପଶ୍ଚିମବଙ୍ଗ ବୀରଭୁମ ହତ୍ୟା ମାମଲାରେ ଦଇ ଜଣଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । ସେମାନଙ୍କୁ ଭୁବନେଶ୍ୱରରେ ପଚରାଉଚରା କରାଯାଉଛି ବୋଲି ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ବୀରଭୂମ ଜିଲ୍ଲାର ବଗଟୁଇ ଗ୍ରାମରେ ହୋଇଥିବା ବୋମା ବିସ୍ଫୋରଣରେ ପଞ୍ଚାୟତ ଡେପୁଟି ପ୍ରଧାନ ଭଦୁ ଶେଖଙ୍କ ମୃତ୍ୟୁ ପରେ ମାର୍ଚ୍ଚ ୨୧ ତାରିଖ ରାତିରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ହିଂସା ଘଟଣାରେ ୨୧ ଜଣ ମହିଳା ଏବଂ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପୋଲିସ ଏହି ହତ୍ୟାକାଣ୍ଡକୁ ‘ଗଭୀର ମୂଳ ଶତ୍ରୁତା’ ବୋଲି କହିଥିଲା। ଗ୍ରାମବାସୀଙ୍କ ହତ୍ୟା ପାଇଁ ଏପର୍ୟ୍ୟନ୍ତ ୨୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଶେଖଙ୍କ ହତ୍ୟା ମାମଲାରେ ଚାରିଜଣଙ୍କୁ ଗିରଫ କରାଯାଇଛି।

Get real time updates directly on you device, subscribe now.