fbpx

ଏସସିବିରେ ବଢ଼ିଲା କୋଭିଡ୍ ବେଡ୍ ସଂଖ୍ୟା

କଟକ, ୨୩ା୪ (ଓଡିଶା ଭାସ୍କର) : ଏସସିବି ମେଡିକାଲରେ କୋଭିଡ୍ ବେଡ୍ ସଂଖ୍ୟା ୫୦୦ ରେ ପହଞ୍ଚିଛି । ଏହା ପୁର୍ବରୁ ସେଠାରେ ବେଡ୍ ସଂଖ୍ୟା ୩୧୫ ଥିବା ବେଳେ ବର୍ତ୍ତମାନ ଏହା ୫୦୦ ହୋଇଯାଇଛି । ହସ୍ପିଟାଲର ନୁଆ ମେଡିସିନ୍ ୱାର୍ଡକୁ ସମ୍ପୂର୍ଣ୍ଣ ଭାବେ କୋଭିଡ୍ କେୟାର୍ ହସ୍ପିଟାଲ ଭାବେ ଘୋଷଣା କରାଯାଇଛି । ଆଗରୁ ଆଇସିୟୁ ବେଡ୍ ୪୩ ଥିବା ବେଳେ ବର୍ତ୍ତମାନ ୬୩ ହୋଇଯାଇଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିଚାଲିଥିବା ବେଳେ ହସ୍ପିଟାଲରେ ବେଡ୍ ସଂଖ୍ୟାକୁ ବୃଦ୍ଧି କରାଯାଇଛି । ଏନେଇ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.