fbpx

Video; ଏମିତି ଖବର ଲେଖିଲା ବେଳେ ହାତ ଥରି ଉଠେ, ବୃଦ୍ଧା ମା’କୁ ଖାଇବାକୁ ତ ଦେଲେନି, ଶେଷରେ ଆଶାବାଡ଼ି ଛଡ଼ାଇ ନେଲେ ପୁଅ

Advertisement

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଗଞ୍ଜା ଗାଁରେ। ଗଞ୍ଜା ଗାଁର ୯୦ ବର୍ଷିୟ ସାବିତ୍ରୀ ସାହୁ, ସ୍ୱାମୀ ସିନା ଦୁନିଆଁରେ ନାହାଁନ୍ତି କିନ୍ତୁ ଚାରି ଦିଗକୁ ଜୟ କଲା ଭଳି ଚାରି ଜଣ ଯୋଦ୍ଧା ଭଳି ପୁଅ ଜନ୍ମ କରିଛନ୍ତି କିନ୍ତୁ ଏବେ ବେସାହାରା ହୋଇ ଯାଇଛନ୍ତି ୯୦ ବର୍ଷ ବୟସର ବୃଦ୍ଧ ସାବିତ୍ରୀ । ପାଞ୍ଚଦିନ ହେବ ପୁଅ ବୋହୂ ମାନେ ଘରୁ ବାହାର କରି ଦେଇଛନ୍ତି । ସଭ୍ୟ ସମାଜରେ ମଣିଷ ପଥ ଭ୍ରଷ୍ଟ ହୋଇ ଭୁଲିଗଲେଣି ନିଜର ହିତାହିତ ଜ୍ଞାନ । ପୁଅମାନେ ବିବାହ ପରେ ନିଜର ଜନ୍ମ କଲା ମାଆ ବାପାଙ୍କୁ କରୁଛନ୍ତି ହତାଦାର ।

ଏମିତି କି ବାପା ମାଆ ବୃଦ୍ଧ ହୋଇଗଲେ ପୁଅ ବୋହୂ ମାନଙ୍କୁ ବୋଝ ଭଳି ଭାବୁଛନ୍ତି । କିଛି ପୁଅମାନେ ବାପା ମାଆଙ୍କ ବୃଦ୍ଧ ବୟସରେ ଘରୁ ବାହାର କରି ଦେଇଥାନ୍ତି । ସେହି ବୃଦ୍ଧ ମାଆ ବାପା ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ହାତ ପତାଇ ମାଗି ଥାନ୍ତି । ଯାହା ମିଳେ ଭୋକିଲା ପେଟକୁ ଶାନ୍ତି କରାଇଥାନ୍ତି କିନ୍ତୁ ବର୍ଷା ରାତିର କିଟ୍ କିଟ୍ ଅନ୍ଧାରରେ ଶୋଇବା ପାଇଁ ସେମାନେ ଆ ପିଣ୍ଡା ତା ପିଣ୍ଡାରେ ଆଶ୍ରୟ ନେଇଥାନ୍ତି । ଏମାନଙ୍କ ପାଖରେ ସବୁ ଥାଇ କିଛି ବି ନଥିଲା ଭଳି ଲାଗେ । ଏମାନେ ବେଳେ ବେଳେ ନିଜ ଜନ୍ମକୁ ଧିକାର କରିଥାନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଗଞ୍ଜା ଗାଁରେ, ଗଞ୍ଜା ଗାଁର ୯୦ ବର୍ଷିୟ ସାବିତ୍ରୀ ସାହୁ, ସ୍ୱାମୀ ସିନା ଦୁନିଆଁରେ ନାହାନ୍ତି କିନ୍ତୁ ଚାରି ଦୀଗକୁ ଜୟ କଲାଭଳି ଚାରିଜଣ ଯୋଦ୍ଧା ଭଳି ପୁଅ ଜନ୍ମ କରିଛନ୍ତି କିନ୍ତୁ ଏବେ ବେସାହାରା ହୋଇ ଯାଇଛନ୍ତି ୯୦ ବର୍ଷ ବୟସର ବୃଦ୍ଧ ସାବିତ୍ରୀ । ପାଞ୍ଚଦିନ ହେବ ପୁଅ ବୋହୂ ମାନେ ଘରୁ ବାହାର କରି ଦେଇଛନ୍ତି । ଖାଇବାକୁ ପାଖରେ ପଇସାଟିଏ ନାହିଁ । ରାଜକନିକା ଥାନାକୁ ଆସି ବସିଛନ୍ତି ଥାନାରେ କେହି ଜଣେ କହିଛନ୍ତି ଏତଲା ଲେଖିଆଣ ଏବୟସରେ ସେ ବୃଦ୍ଧ ମାଆଟି କେମିତି ଲେଖିବ ବା ସେ କାହାକୁ କହିବ ।

ଲେଖିବାପାଇଁ ଲେଖା ବାବଦକୁ ଟଙ୍କା ନଦେଲେ କିଏ ଲେଖିଦେବ, ଏଭଳି ଅନେକ ପ୍ରଶ୍ନ, ଆମ ପ୍ରତିନିଧିଙ୍କ ନଜର ପଡିଥିଲା ସେ ବୁଢି ମାଉସୀଙ୍କ ଉପରେ ସମସ୍ତ କଥା ସୁଣିଥିଲେ । ସତରେ ଏ ଦୁନିଆଁ ବଡ ବିଚିତ୍ର ନିଜର ରକ୍ତ ଏଠି ହେଉଛି ପର । ପୁଅ ଭୁଲି ଯାଉଛି ନିଜକୁ ଜନ୍ମକଲା ମାଆର କଥା । ପୁଅଟି ଜନ୍ମ ହେବା ପରଠାରୁ ଲାଳନ ପାଳନ କରିବାରେ ମାଆ ତାର କର୍ତ୍ତବ୍ୟ କରିଥାଏ । ନିଜେ ନଖାଇ ନପିଇ ନିଜ ପୁଅର ଅଳି ଅର୍ଦ୍ଦଳି କୁ ପୂରଣ କରିଥାଏ ସେହି ପୁଅ ବଡହୋଇ ଦିପଇସା ରୋଜଗାର କଲାପରେ ପୁଅ ଭୁଲିଯାଏ ନିଜର ବୃଦ୍ଧ ମାଆ ବାପାଙ୍କ କଥା । ବାଧ୍ୟ ହୋଇ ବୃଦ୍ଧ ବୟସରେ ବାପା ମାଆଙ୍କ ବାକିତକ ଜୀବନ ବୃଦ୍ଧାଶ୍ରମ ବା ରାସ୍ତା କଡର ଗଛମୂଳ ସାହାରା ହୋଇଥାଏ ।

  • କମଳ ଲୋଚନ (ରାଜକନିକା ରିପୋର୍ଟର)
  • ସୂର୍ଯ୍ୟ ନାରାୟଣ ଦାଶ (ପଟ୍ଟାମୁଣ୍ଡାଇ ରିପୋର୍ଟର)

 

Get real time updates directly on you device, subscribe now.