fbpx

୧୬ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଖାତା ଦେଖା: ସରିଲା ପ୍ରଥମ ଦିନର ମାଟ୍ରିକ ବୋର୍ଡ ପରୀକ୍ଷା

Advertisement

ଭୁବାନେଶ୍ୱର: ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଖୁବ୍ ଭଲ ହୋଇଥିବା ପ୍ରକାଶ କରିଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ପ୍ରଶ୍ନପତ୍ରକୁ ନେଇ ସେମାନେ ମଧ୍ୟ ବେଶ୍ ସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ତେବେ ଦଶମ ବୋର୍ଡ ପରୀକ୍ଷା ୪ ତାରିଖରେ ଶେଷ ହେବା ପରେ ୧୬ ତାରିଖରୁ ଏହାର ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛି ଶିକ୍ଷା ବିଭାଗ । ମାର୍ଚ୍ଚ ମାସ ୧୬ ତାରିଖରୁ ମାଟ୍ରିକ ପିଲାମାନଙ୍କ ଖାତା ଦେଖା ଆରମ୍ଭ ହେବ ବୋଲି ଜାଣିବାକୁ ମିଳିଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହେଉଥିବା ବେଳେ ଏହାର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି । ତେବେ ଏହି ବ୍ୟବସ୍ଥା ଠିକ୍ ନୁହେଁ ବୋଲି ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ୩୦୪୭ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି । ପରୀକ୍ଷାର ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ପ୍ରଥମ ଥର ଲାଗି ମାଟ୍ରିକ ପରୀକ୍ଷା ପରିଚାଳନାରେ ଏଆଇକୁ ନିୟୋଜିତ କରାଯାଇଛି । ପ୍ରଥମ ଥରଲାଗି ମାଟ୍ରିକ ପରୀକ୍ଷା ପରିଚାଳନାରେ ଏଆଇକୁ ନିୟୋଜିତ କରାଯାଇଛି । ପରୀକ୍ଷା ନିୟନ୍ତ୍ରଣ ପାଇଁ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି । ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଏଆଇ କ୍ୟାମେରା ଦ୍ୱାରା ଯୋଡ଼ା ଯାଇଛି । କେତେକ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି । କପି ରୋକିବା ଲାଗି ବୋର୍ଡ ସ୍ତରରେ ୪୧ଟି ସ୍କାଡ୍ ଗଠନ କରାଯାଇଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ସ୍ତରରେ ୭୨ଟି ସ୍କାଡ୍ ଗଠନ କରାଯାଇଛି । ଚଳିତବର୍ଷ ୫ଲକ୍ଷ ୫୧ହଜାର ୬୧୧ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ଦୁର୍ଗମ ଅଞ୍ଚଳରେ ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ ସେଣ୍ଟର କରାଯାଇଛି । ଏହି ପରୀକ୍ଷା ୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Get real time updates directly on you device, subscribe now.