fbpx

ଫଟୋ କହୁଛି କଥା; ମଥାରେ ରକ୍ତ ଭିଜା ସିନ୍ଦୂର, ମାଟି କାମୁଡ଼ି ପଡ଼ିଛି ମରଦ, ଦରଦ ଭରା ଚାହାଣୀ…

ଓଡ଼ିଶା ଭାସ୍କର: ଜଳୁଛି ବାଂଲାଦେଶ, ପ୍ରତାରିତ ହେଉଛନ୍ତି ସଂଖ୍ୟାଲଘୁ । ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପରେ ଗାଦିଚ୍ୟୁତ ହୋଇ ଭାରତରେ ଶରଣ ନେଲେ ବାଂଲାଦେଶର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସେଖ୍ ହସିନା । ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟମାନଙ୍କ ବିରୋଧରେ ହିଂସା ଆରମ୍ଭ ହୋଇଛି । ସବୁଠି ଖାଲି ହିଂସା, ଯିଏ ଯାହାକୁ ପାରୁଛି ମାରୁଛି, ଯିଏ ଯାହାଠୁ ପାରୁଛି ଲୁଟୁଛି । ସବୁଠି ଶୁଭୁଛି ତ୍ରାହି ତ୍ରାହି ସ୍ୱର । ଆମକୁ ବଞ୍ଚାଅ, ଆମ ଜୀବନ ବିପଦରେ । ଯାହାର ପୁଳା ପୁଳା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସବୁଠୁ ବେଶି ଭାଇରାଲ ହେଉଛି AI ନିର୍ମିତ ଏହି ଫଟୋଟି । ଫୋଟେରେ ଜଣେ ମହିଳାଙ୍କ ମଥାର ସିନ୍ଦୂର ରକ୍ତରେ ଭିଜି ଯାଇଛି, କେଶ ମୁକୁଳା ଅଛି । ଆଉ ପାଖରେ ତାର ମରଦ ମାଟିରେ କ୍ଷତ ବିକ୍ଷତ ହୋଇ ଶୋଇଛି । ସମ୍ପର୍କୀୟ ମାନେ ପ୍ରାଣ ଭିକ୍ଷା ପାଇଁ ଯୋଡ଼ହସ୍ତରେ ବିନମ୍ର ଗୁହାରି କରୁଛନ୍ତି । ସେପଟେ ମନ୍ଦିର ଅଛି ହେଲେ ଦିଅଁ ନାହାଁନ୍ତି । ବାଗ୍‌ଦେବୀଙ୍କ ହାତରେ ବୀଣା ନାହିଁ । ଏହାଠୁ ଆଉ ହୃଦୟବିଦାରକ ଆଉ କ’ଣ ହୋଇପାରେ । ଏସବୁ ଦୃଶ୍ୟ ଦେଖି କୋଟି କୋଟି ହିନ୍ଦୁଙ୍କ ପ୍ରାଣ କାନ୍ଦି ଉଠୁଛି । କେବେ ଏ ସଙ୍କଟ ତାଙ୍କ ଉପରୁ ଟଳିବ ତାକୁ ହିଁ ଅପେକ୍ଷା ।

Get real time updates directly on you device, subscribe now.