୭୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ଟେକ୍ ଅଫ୍ ବେଳେ ଖସିପଡ଼ିଲା ବିମାନ ଚକ, ବଡ଼ ଦୁର୍ଘଟଣା…
ମୁମ୍ବାଇରେ ବିମାନର ଜରୁରୀକାଳୀନ ଅବତରଣ।
ମୁମ୍ୱାଇ: ଟେକ୍ ଅଫ୍ ବେଳେ ଖସିପଡ଼ିଲା ସ୍ପାଇସ୍ ଜେଟ୍ ବିମାନ ଚକ। କାଣ୍ଡଲା-ମୁମ୍ୱାଇ ବିମାନରେ ଉଡ଼ାଣ ପରେ ରନଓ୍ୱେରେ ମିଳିଲା ଚକ। ୭୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା।
ହଁ ଆଜ୍ଞା ମୁମ୍ୱାଇ ବିମାନବନ୍ଦରରୁ ଏକ ବଡ଼ ଖବର ଆସିଛି। ଅଳ୍ପକେ ଗୋଟେ ବଡ଼ ଦୁର୍ଘଟଣା ବର୍ତ୍ତି ଯାଇଛି। ପ୍ରକୃତରେ ଶୁକ୍ରବାର ଦିନ ଏକ ବିମାନ କାଣ୍ଡଲାରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା।
ସ୍ପାଇସ୍ ଜେଟ୍ ର Q400 ବିମାନ ସଫଳତାର ସହ ଉଡ଼ାଣ ଭରିଥିଲା। ହେଲେ କିଛି ସମୟ ପରେ ଦେଖିବାକୁ ମିଳିଲା ଯେ ବିମାନର ଚକ ରନଓ୍ୱେରେ ଖସି ପଡିଛି।
ଏହି ଘଟଣା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ହେଲେ ବିମାନଟି ମୁମ୍ୱାଇ ଅଭିମୁଖେ ଯାତ୍ରା ଜାରି ରଖିଥିଲା। ପରେ ମୁମ୍ୱାଇ ବିମାନବନ୍ଦରରେ ବିମାନର ସୁରକ୍ଷିତ ଭାବରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବର୍ତ୍ତମାନ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।