ପୁଣି ଏକ ବଡ଼ ବିମାନ ଦୁର୍ଘଟଣା, ଲ୍ୟାଣ୍ଡି ବେଳେ ବିମାନ ସହ ପିଟିହେଲା ବିମାନ, ୨ ପାଇଲଟଙ୍କ ମୃତ୍ୟୁ

କାନାଡ଼ା: କିଛି ଦିନର ବ୍ୟବଧାନରେ ପୁଣି ଏକ ଦୁଃଖଦ ବିମାନ ଦୁର୍ଘଟଣା।  ଲ୍ୟାଣ୍ଡି ସମୟରେ ଘଟିଲା ଅଘଟଣ। ବିମାନ ସହ ଧକ୍କା ହେଲା ବିମାନ। ଫଳରେ ଚାଲିଗଲା ପାଇଲଟଙ୍କ ଜୀବନ।

ହଁ ଆଜ୍ଞା ଅହମ୍ମଦାବାଦର ହୃଦୟବିଦାରକ ବିମାନ ଦୁର୍ଘଟଣା ଏବେ ବି ଲୋକଙ୍କ ଆଖି ଆଗରେ ନାଚି ଉଠୁଛି।  ଯେଉଁଥିରେ ମୋଟ୍ ୨୪୧ ଜଣ ଯାତ୍ରୀଙ୍କ ସମେତ ପାକାପାଖି ୨୭୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଆଉ ଏବେ ପୁଣି ଏକ ବିମାନ ଦୁର୍ଘଟଣା।

ପୁଣି ବିମାନ ଦୁର୍ଘଟଣା: ତେବେ ଘଟଣାଟି ହେଉଛି କାନାଡ଼ାର। ଯେଉଁଠାରେ ପ୍ରଶୀକ୍ଷଣ କରିବା ବେଳେ ଲ୍ୟାଣ୍ଡି ସମୟରେ ଦୁଇଟି ବିମାନ ଆମ୍ନାସାମ୍ନା ପିଟି ହୋଇଥିଲେ।

ଫଳରେ ଦୁଇଜଣ ପ୍ରଶିକ୍ଷାର୍ଥୀ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ର ପାଇଲଟ ମଧ୍ୟ ଅଛନ୍ତି। ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ ବୁଧବାର ଏ ବିଷୟରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ଦିନ ସକାଳେ କାନାଡାର ଦକ୍ଷିଣ ମାନିଟୋବାର ଷ୍ଟେନବାଚ୍ ଦକ୍ଷିଣ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହାର୍ଭିସ୍ ଏୟାର ପାଇଲଟ୍ ସ୍କୁଲ୍ ଦ୍ୱାରା ତାଲିମ ପାଇଁ ବ୍ୟବହୃତ ରନୱେରୁ ପ୍ରାୟ 400 ମିଟର ଦୂରରେ ବିମାନର ଭଗ୍ନାବଶେଷ ମିଳିଛି।