କଟକ: ପୁରୀ ରଥଯାତ୍ରା ପାଇଁ କାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଖପୁରିଆ ସ୍ଥିତ ସରକାରୀ କାଠ ମିଲ୍ରେ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସକ ଓ ମହାରଣା ସେବାୟତଙ୍କ ଉପସ୍ଥିତିରେ କାଠ ଚିରଟ ହେଉଛି।
ରଥଯାତ୍ରା ପାଇଁ ବରଗଡ଼ରୁ ପୁରୀ ଆସିଥିଲା ରଥକାଠ। ବରଗଡ଼ରେ ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍ ଯାଇ ପହଞ୍ଚିଛିଥିଲେ। ପଦ୍ମପୁର ଜଙ୍ଗଲରେ ସର୍ଭେ କରିଥିଲା ୫ ଜଣିଆ ଟିମ୍। ଏହି ୫ ଜଣିଆ ଟିମ୍ ସହ ଉପସ୍ଥିତ ରହିଥିଲେ ବରଗଡ଼ ଡିଏଫଓ ।