fbpx

ବ୍ରିଟେନ ପ୍ରଧାନମନ୍ତ୍ରୀ ଫାଇନାଲ ରେସ୍, ଜାଣନ୍ତୁ କିଏ ଆଗରେ

AAKASH

ନୂଆଦିଲ୍ଲୀ: ବ୍ରିଟେନ ଇତିହାସରୁ ଉତ୍ତପ୍ତ ଦିବସ ହୁଏତ ଉଭେଇଯାଇପାରେ। କିନ୍ତୁ ଶାସକ କଞ୍ଜରଭେଟିଭ୍ ପାର୍ଟିରେ ଚାଲିଥିବା ତୀବ୍ର କ୍ଷମତାଯୁଦ୍ଧର ତାତି ଆଗକୁ ଆହୁରି ଅଧିକ ଅନୁଭୂତ ହେବ । ପ୍ରଧାନମନ୍ତ୍ରୀ ବୋରିସ୍ କନ୍‌ସନଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ବନ୍ଦିତା ବୁଧବାର ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟକୁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ବହିବ୍ୟାପାର ମନ୍ତ୍ରୀ ଲିଡ୍ ଟୁସ୍ ଉନ୍ନୀତ ହୋଇଛନ୍ତି । ୪୨ ବର୍ଷୀୟ ଋଷିଙ୍କୁ କଞ୍ଜରଭେଟିଭ୍ ପାର୍ଟିର ୧୩୭ ଏମ୍‌ପି ସମର୍ଥନ କରିଥିବାବେଳେ ୪୬ ବର୍ଷୀୟା ଲିଜ୍ ୧୧୩ ସଦସ୍ୟଙ୍କ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଦିନକ ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ୪୯ ବର୍ଷୀୟା ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ସଚିବ ପେନି ମୋର୍ଡଷ୍ଟ ୧୦୫ ଭୋଟ ପାଇ ପ୍ରତିଦ୍ବନ୍ଦିତାରୁ ଓହରିଯାଇଛନ୍ତି । ତେବେ ଟୋରି ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ କିଏ ହେବେ ସେହି ନିଷ୍ପତ୍ତି ସେପ୍ଟେମ୍ବର ୫ରେ ହେବ। ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପାଇଁ ବୋରିସ୍ ଜନ୍‌ସନଙ୍କୁ ବାଧ୍ୟ କରିଥିବା ବ୍ରିଟିଶ୍ ଇଣ୍ଡିଆନ୍ ପୂର୍ବତନ ଚାନ୍‌ସେଲର ଋଷି ସୁନକ ପ୍ରତ୍ୟେକ ପର୍ଯ୍ୟାୟରେ ଅଧିକରୁ ଅଧିକ ଭୋଟ ହାସଲ କରି ଦୌଡ଼ରେ ଆଗୁଆ ରହିଆସିଛନ୍ତି। ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟରେ ଋଷି ୧୧୮ ଭୋଟ ପାଇ ମ୍ୟାଜିକ୍‌ ନମ୍ବର ୧୨୦ର ନିକଟତର ପ୍ରସାରଣରେ ହେବେ । ହୋଇଥିବାବେଳେ ଗୁରୁବାର ତାଙ୍କୁ ଆଉ ୧୯ ଏମ୍‌ପିଙ୍କ ସମର୍ଥନ ମିଳିଛି । ସେହିପରି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଲିଜ୍ ଟୁସ୍‌ଙ୍କୁ ମଙ୍ଗଳବାର ୮୬ ଭୋଟ ମିଳିଥିବାବେଳେ ସେ ଆଉ ୨୭ ଏମ୍‌ପିଙ୍କ ସମର୍ଥନ ହାସଲ କରିବା ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ୧୯୨୨ କମିଟି ଅଧ୍ୟକ୍ଷ ଗ୍ରାହାମ ବ୍ରାଡି ପ୍ରକାଶ କରିଛନ୍ତି ।

ଆସନ୍ତା ସୋମବାର ଋଷି ଓ ଲିଜ୍ ବିବିସିରେ ହେବାକୁ ଥିବା ସିଧା ପରସ୍ପର ସହ ମୁହାଁ ମୁହିଁ ହେବେ। ଋଷି ସୁନକଙ୍କ ପୂର୍ବପୁରୁଷ ପଞ୍ଜାବର ଗୁଜରନୱାଲା (ଅଧୁନା ପାକିସ୍ତାନ) ନିବାସୀ ଥିଲେ ହିନ୍ଦୁ – ମୁସଲିମ୍ ସମ୍ପର୍କରେ ତିକ୍ତତା ବଢ଼ିବାରୁ ତାଙ୍କ ଜେଜେବାପା ରାମଦାସ ସୁନକ ୧୯୩୫ରେ ନାଇରୋବି ଯାଇ କିରାଣି ଭାବେ କାର୍ଯ୍ୟ କରିଥିଲେ । ରାମଦାସଙ୍କ ସ୍ତ୍ରୀ ସୁହାଗରାଣୀ ସୁନକ ୧୯୩୭ରେ କେନିଆ ଯିବା ପୂର୍ବରୁ ଗୁଜରନଲାରୁ ନିଜ ଶାଶୁଙ୍କ ସହ ଦିଲ୍ଲୀ ଆସି ରହୁଥିଲେ । ୧୯୪୯ରେ ନାଇରୋବିରେ ଋଷିଙ୍କ ବାପା ଯଶବୀର ଜନ୍ମ ଗ୍ରହଣ କରିଥିଲେ । ସେ ପାଠ ପଢ଼ିବା ପାଇଁ ବ୍ରିଟେନ ଯାଇଥିଲେ । ୧୯୭୭ରେ ଯଶବୀର ଲିସେଷ୍ଟରରେ ଉଷାଙ୍କୁ ବିବାହ କରିଥିଲେ । ୧୯୮୦ ମେ ୧୨ରେ ଜନ୍ମିତ ଋଷି ୨୦୦୯ରେ ଇନ୍‌ଫୋସିସ୍ ସହପ୍ରତିଷ୍ଠାତା ଏନ୍.ଆର୍ . ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ । ୨୦୧୯ରେ ଋଷି ଥେରେସା ମେ’ଙ୍କ କ୍ୟାବିନେଟରେ ସ୍ଥାନ ପାଇବା ପରେ ୨୦୨୦ ଫେବୃୟାରୀରେ ବୋରିସ୍‌ଜନ୍‌ସନ ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ ।

Get real time updates directly on you device, subscribe now.