Breaking: ସତ ହେଲା ଚର୍ଚ୍ଚା, ନିମନ୍ତ୍ରଣ କରିଥିଲେ ମୋହନ, ଆସିଲେନି ନବୀନ
ଆସିଲେନି ନବୀନ, କାଢ଼ି ନିଆଗଲା ଚୌକି। ବିଜୁ ଜୟନ୍ତୀ ସରକାରୀ ଉତ୍ସବକୁ ଆସିଲେନି ନବୀନ ପଟ୍ଟନାୟକ। ଗତକାଲି ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର: ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାହାକୁ ନେଇ ପରେ ଚର୍ଚ୍ଚା ଜୋର ଧରିଥିଲା। କି ନବୀନ କ’ଣ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ। ଆଉ ବିଜୁ ଜୟନ୍ତୀ ପାଳନ କରିବା ପାଇଁ ଜୟଦେବ ଭବନ ଆସିବେ।
ହେଲେ ଏବେ ସେସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି। ବିଜୁ ଜୟନ୍ତୀ ସରକାରୀ ଉତ୍ସବକୁ ଆସିଲେନି ନବୀନ ପଟ୍ଟନାୟକ। ବହୁ ଅପେକ୍ଷା ପରେ ଶେଷରେ ବିରୋଧୀ ଦଳ ନେତାଙ୍କ ପାଇଁ ଯେଉଁ ଚୌକି ପଡ଼ିଥିଲା ତାହାକୁ କାଢ଼ି ଦିଆଗଲା।
ସୂଚନାନୁସାରେ, ଆଜି ହେଉଛି ମାର୍ଚ୍ଚ ୫। ଯାହାକି ବିଜୁ ପଟ୍ଟନାୟକଙ୍କ ଭଳି ଜନ ନେତାଙ୍କ ଜନ୍ମଦିନ। ଏହି ଦିନକୁ ପ୍ରାୟ ୩ ଦଶନ୍ଧି ଧରି ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଉଛି। କିନ୍ତୁ ଏହି ବର୍ଷ ପ୍ରଥମ କରି ସରକାରକୁ ଆସିବା ପରେ ବିଜେପି ଏହି ଦିନକୁ ପାଳନ କରୁଛି।
ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା, ଅବା ବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ନବୀନ ପଟ୍ଟନାୟକଙ୍କୁ ଗତକାଲି ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତେଣୁ ସମ୍ମାନର ସହ ତାଙ୍କ ପାଇଁ ଏକ ଆସନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ହେଲେ ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବକୁ ଆସିଲେନି ନବୀନ।