fbpx

ସୁଧୁରୁଛି କାଶ୍ମୀରର ସ୍ଥିତି : ୩୦ ବର୍ଷ ପରେ ମୁହରମ ଶୋଭାଯାତ୍ରାରେ ବାହରିବାକୁ ମିଳିଲା ଅନୁମତି

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ତିନି ଦଶନ୍ଧିପରେ ଶ୍ରୀନଗର ସହର ଦେଇ ମୁହରମ ଶୋଭାଯାତ୍ରା ନେବାକୁ ଅନୁମତି ମିଳିଛି । ତେବେ ପ୍ରଶାସନ ଏହି ଶୋଭାଯାତ୍ରା ପାଇଁ ଏକ ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି । ଆଦେଶ ଅନୁସାରେ, “ ଜୁଲାଇ ୨୭ ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଗୁରୁ ବଜାର ଠାରୁ ବୁଡଶାହ କଦଲ ଏବଂ ଏମଏ ରୋଡ ଠାରୁ ଡଲଗେଟ ପର୍ଯ୍ୟନ୍ତ ମୁହରମର ଶୋଭାଯାତ୍ରା ପାଇଁ ଅନୁମତି ଦିଆଯାଇଛି ।” ଏହି ଅନୁମତି ଶ୍ରୀନଗରର ଡେପୁଟି କମିଶନର ଅଜାଜ ଅସଦ ଦ୍ୱାରା  ମିଳିଛି ।

ଆଦେଶରେ କୁହାଯାଇଛି ଯେ, “ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମୟ ସୀମା ଧାର୍ଯ୍ୟ କରାଯାଇଛି । ଏହି ଶୋଭାଯାତ୍ରାରେ ବ୍ୟବସାୟୀକ ପ୍ରତିଷ୍ଠାନ କରାଯାଇଛି ।” ଶୋଭାଯାତ୍ରାର ଅନୁମତି ଏଥିଯୋଗୁଁ ଗୁରୁତ୍ୱପୂର୍ଣ୍ଣ ଯେ, କାହିିଁକି ନା ଏହା ତିନି ଦଶନ୍ଧି ପରେ ହୋଇଛି । ସରକାର ଏହି ଶୋଭାଯାତ୍ରୀ ମାନଙ୍କୁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ସହୃଦୟ ବ୍ୟକ୍ତି ଭାବରେ ବିବେଚନା କରିଥିଲେ । ୧୯୯୦ରେ ଜାମ୍ମୁ-କାଶ୍ମୀରେ ଯେତେବେଳେ ଆତଙ୍କ ଆରମ୍ଭ ହୋଇଥିଲେ ସେତେବେଳେ ଏହାକୁ ବନ୍ଦ କରି ଦିଆଯାଇଥିଲା ।

ବୁଧବାରକୁ ଦେଶର ପ୍ରଶାସନ କହିଲେ ଯେ, ଶୋଭାଯାତ୍ରା ସମୟରେ କୌଣସି ପ୍ରକାର ରାଷ୍ଟ୍ର ବିରୋଧି ଭାଷଣ ବା ସ୍ଲୋଗାନ ଦିଆଯିବ ନାହିଁ । ଆଦେଶରେ କହିଲେ, ଶୋଭାଯାତ୍ରା ସମୟରେ କୌଣସି କାର୍ଯ୍ୟକଳାପ ହେବା ଉଚିତ ନୁହେଁ ଯାହା ରାଜ୍ୟର ସୁରକ୍ଷା ତଥା ସର୍ବଭ ମତ୍ୱ ପାଇଁ ହାନି କାରକ ହେବ । ଏହା ସହିତ ଏଥିରେ ସାମିଲ ହୋଇଥିବା ଲୋକେ କୌଣସି ପ୍ରକାର ଜାତୀୟ ସମ୍ମାନକୁ ଅନାଦାର କରାଯିବ ନାହିଁ । ଏହା ବ୍ୟତୀତ ଆତଙ୍କ ସଂଗଠନର ଫୋଟ, ଜାତୀୟ ଏବଂ ଅର୍ନ୍ତଜାତୀୟ ଦୁଇ ସ୍ତରରେ ପ୍ରତିବନ୍ଧିତ ସଂଗଠନର ଲୋଗ ଥିବା ପତାକା ଉଡାଇ ପାରିବ ନାହିଁ ।

ପରମ୍ପରା ଅନୁସାରେ ଶିୟା ମୁସଲମାନ ମାନେ ଘାଟିରେ ଦୁଇଟି ବଡ଼ ଶୋଭାଯାତ୍ରାର ଆୟୋଜନ କରିଥିଲେ । ଅଷ୍ଟମ ମୁହରମର ଶୋଭାଯାତ୍ରା ସହରର ସହିଦ ଗୁଞ୍ଜ ଅଞ୍ଚଳରୁ ଆରମ୍ଭ ହୋଇ ଶ୍ରୀନଗରର ଡଲଗେଟରେ ଶେଷ ହେବ । ଅଷ୍ଟମ ମୁହରମର ଶୋଭାଯାତ୍ରାରେ ପାରମ୍ପାରିକ ରୂପରେ ବିଚ୍ଛିନ୍ନବାଦୀ ସମୂହ ହୁରିୟତ କନଫ୍ରେନ୍ସର ଏକ ଅଂଶ ଇଟିହାଦୁଲ ମୁସଲିମନଙ୍କ ଦ୍ୱାରା ଏହା ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟକ ସୁନ୍ନୀ ମୁସଲମାନ ମାନେ ମଧ୍ୟ ଭାଗ ନେଇଥିଲେ ।

Get real time updates directly on you device, subscribe now.