fbpx

International Cricketରୁ ବିଦାୟ ନେଲେ ଷ୍ଟାର ଖେଳାଳି: ୨୦୨୩ ବିଶ୍ୱକପରେ କରିଥିଲେ ଦମଦାର ପ୍ରଦର୍ଶନ

ନୂଆଦିଲ୍ଲୀ: ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିଲେ, ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ଘୋଷଣା କରିଛନ୍ତି ଦଳର ଷ୍ଟାର କ୍ରିକେଟର । ଇଂଲଣ୍ଡର ଷ୍ଟାର ବ୍ୟାଟର ଡାଭିଡ ମଲାନ୍ କ୍ରିକେଟ ନିଜ ଅବସର ନେଇ ଘୋଷଣା କରିଛନ୍ତି । ମାତ୍ର ୩୭ ବର୍ଷ ବୟସରେ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଷ୍ଟାର ବ୍ୟାଟର ଡାଭିଡ ମଲାନ୍ । ଦମଦାର ବ୍ୟାଟିଂ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଥିବା ଡାଭିଡ ମଲାନ୍ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ଘୋଷଣା କରିଛନ୍ତି ।

ENG v NZ 2023, ENG vs NZ 4th ODI Match Report, September 15, 2023 - Dawid  Malan century cements his status as England seal 100-run win

ଇଂଲଣ୍ଡ କ୍ରିକେଟ ପାଇଁ ମଲାନ୍ ୨୨ଟି ଟେଷ୍ଟ ଖେଳିଥିବା ବେଳେ ୩୦ଟି ଦିନିକିଆ ଏବଂ ୬୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରେ ଶତକ ହାସଲ କରିଥିବା ୨ ଜଣ ଇଂଲଣ୍ଡ ବ୍ୟାଟରଙ୍କ ମଧ୍ୟରେ ସେ ମଧ୍ୟ ସାମିଲ ରହିଛନ୍ତି । ତେବେ ଦିନିକିଆ ବିଶ୍ୱକପ-୨୦୨୩ ପରେ ଇଂଲଣ୍ଡ ଦଳରେ ତାଙ୍କୁ ସୁଯୋଗ ମିଳିନାହିଁ । ଏହାପରେ  ସେ ନିଜ କ୍ରିକେଟ କ୍ୟାରିୟରକୁ ନେଇ ବଡ଼ ଘୋଷଣା କରିଛନ୍ତି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ୍ ପଡ଼ିବା ପରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅବସର ଘୋଷଣା କରିବା ସହ ମଲାନ୍ କହିଛନ୍ତି ଯେ, ଦିନିକିଆ ଏବଂ ଟି-୨୦ ଫର୍ମାଟରେ ସେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସନ୍ତୁଷ୍ଟ ରହିଛନ୍ତି । କିନ୍ତୁ ଟେଷ୍ଟ କ୍ୟାରିରକୁ ନେଇ ନିରାଶ ଦର୍ଶାଇଛନ୍ତି ମଲାନ୍ । ଟେଷ୍ଟ କ୍ରିକେଟରେ ଲଗାତାର ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ସେ ସ୍ୱୀକାର କରିଛନ୍ତି ।

ମଲାନ୍ ୨୦୧୭ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିବା ବେଳେ ଏହି ମ୍ୟାଚରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । ଏହାପରେ ୨୦୧୯ ଦିନିକିଆ ବିଶ୍ୱକପ ବିଜୟରେ ମଧ୍ୟ ଇଂଲଣ୍ଡ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହାବ୍ୟତୀତ ୨୦୨୨ ଟି-୨୦ ବିଶ୍ୱକପ ବିଜୟୀ ଦଳରେ ମଧ୍ୟ ସେ ସାମିଲ ରହିଥିଲେ । ତେବେ ୨୦୨୩ ଦିନିକିଆ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦମଦାର ଶତକ ହାସଲ କରିବା ସହ ଦଳକୁ ଦମଦାର ବିଜିୟ ଭେଟି ଦେଇଥିଲେ ଡାଭିଡ ମଲାନ୍ ।

Get real time updates directly on you device, subscribe now.