fbpx

BREAKING NEWS; ବଳିଆ ଯୋଜନାରେ ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର

ଓଡିଶା ଭାସ୍କର; ବୁଣାକାର ଓ ହସ୍ତତନ୍ତ କାରିଗରଙ୍କ ପାଇଁ ଖୁସି ଖବର। ସେମାନଙ୍କ ଋଣ ସହାୟତା ରାଶିକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବଳିଆ ଯୋଜନାରେ ଋଣ ସହାୟତା ରାଶି ବୃଦ୍ଧି କରି ବୁଣାକାରମାନଙ୍କୁ ଦଶହରା ଭେଟି ଦେଇଛନ୍ତି ସରକାର। ପୂର୍ବରୁ ସେମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିବା ବେଳେ ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧ ଲକ୍ଷ ଟଙ୍କା ଋଣ ସହାୟତା ରାଶି ବୃଦ୍ଧିକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।

ସୂଚନା ଥାଉକି, ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି । ତେବେ ରାଜ୍ୟରେ ବୁଣାକାର ମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ୍ର ଐତିହକୁ ସଂରକ୍ଷିତ ରଖିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ କରାଯାଉଛି। ବର୍ତ୍ତମାନ ସେମାନଙ୍କ ପାଇଁ ଋଣ ସହାୟତା ରାଶି ବୃଦ୍ଧି କରାଯାଇଥିବା ବେଳେ ରାଜ୍ୟ ହସ୍ତତନ୍ତ କ୍ଷେତ୍ରରେ ଆହୁରି ଅଭିବୃଦ୍ଧି ହେବ ବୋଲି ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.