fbpx

IPS ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପୋଲିସ ସେବା (ଅଧିକାରୀ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଏନେଇ ଏବେ ଏବେ ସୂଚନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବିଜ୍ଞପ୍ତିରେ ପ୍ରକାଶ ପାଇଛି ଯେ, ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଅରୁଣ ରାୟଙ୍କୁ ଭାବେ ବଦଳି କରାଯାଇଛି । ସେହିପରି ଅତିରିକ୍ତ ପୋଲିସ କମିଶନର ଭାବେ ବ୍ରିଜେଶ ରାୟଙ୍କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଜେଲ ବିଭାଗ ଡିଜି ଭାବେ ଅମୃତ ମୋହନ ପ୍ରସାଦଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ସହ ଲଳିତ ଦାସଙ୍କୁ ଏଚଆରପିସି ଏଡିଜି ଓ ଉମାଶଙ୍କର ଦାସଙ୍କୁ ଡିଆଇଜି ଏସଆଇଡବ୍ଲ୍ୟୁ ଭାବେ ବଦଳି କରାଯାଇଛି ।

ସୂଚନା ଥାଉକି, ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ବରିଷ୍ଠ IPS ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି ।

  • ଅରୁଣ ରାୟ-ସରକାରୀ ପ୍ରେସ ନିର୍ଦ୍ଦେଶକ
  • ବ୍ରିଜେଶ ରାୟ-ଅତିରିକ୍ତ ପୋଲିସ କମିଶନର
  • ଅମୃତ ମୋହନ ପ୍ରସାଦ-ଜେଲ ବିଭାଗ ଡିଜି
  • ଲଳିତ ଦାସ-ଏଚଆରପିସି ଏଡିଜି
  • ଉମାଶଙ୍କର ଦାସ-ଡିଆଇଜି ଏସଆଇଡବ୍ଲ୍ୟୁ

Get real time updates directly on you device, subscribe now.