ଓଡ଼ିଶା ଭାସ୍କର: ମାଓବାଦୀ ସଂଗଠନ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଲଗାତାର ଗୋଳାବାରୁଦର ଲଢେଇ ଲାଗି ରହିଛି । ଅନେକ ମାଓ ସଂଗଠନକୁ ଆକ୍ରମଣ କରି ସୁରକ୍ଷାକର୍ମୀ ସଫଳତା ହାସଲ କରିଛନ୍ତି । ଆଜି ଆଉ ଏକ ବଡ଼ ସଫଳତା ପାଇଛି ଛତିଶଗଡ଼ ପୋଲିସ । ଛତିଶଗଡ଼ରେ ୧୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ରେ ବର୍ତ୍ତମାନ ମାଓ ଗଡ଼ ଧିରେ ଧିରେ ଭାଙ୍ଗିବାରେ ଲାଗିଛି । ସୁକମା ପୋଲିସ ନିକଟରେ ୧୧ ଜଣ ମାଓବାଦୀ ପୋଲିସ ଆଗରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ତେବେ ଜୀବନର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେମାନେ ଆତ୍ମସମପଣ କରିଥିବା ପ୍ରକାଶ କରିଛନ୍ତି । ଆତଙ୍କିତ ଏବଂ ମୃତ୍ୟୁ ସହ ଲଢେଇ କରି ବଞ୍ଚିବା ଅପେକ୍ଷା ଶାନ୍ତିରେ ଜୀବନ କାଟିବା ଉଦ୍ଦେଶ୍ୟରେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା ସେମାନେ କହିଛନ୍ତି ।