fbpx
BSKY
BJD YOUTH SKY
BJD MS SKY

(Video) ଚଳନ୍ତା ଟ୍ରେନକୁ ଅଟକାଇ ଦେଲା ହଂସ, ଭୟରେ ଥରହର ଯାତ୍ରୀ, ଜାଣନ୍ତୁ ପୂରା ମାମଲା

ଓଡ଼ିଶା ଭାସ୍କର: ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନକୁ ଅଟକାଇ ଦେଇଛି ସାମାନ୍ୟ ହଂସ ପକ୍ଷୀ । ଏହି ହଂସକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଟ୍ରେନ ଟ୍ରାକରେ ଚାଲୁଥିବା ଏହି ହଂସକୁ ତାକୁ ଉଦ୍ଧାର କରିବା ପରିବର୍ତ୍ତେ ଲୋକେ ଏହାର ଭିଡିଓ କରୁଛନ୍ତି । ସାଧାରଣତଃ ଯାତ୍ରା ସମୟରେ ଲୋକେ ଚେନକୁ ଟାଣି ଟ୍ରେନ୍ ରୋକିଦେଇଥାନ୍ତି । ହେଲେ ଏବେ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି । ହଂସଟିଏ ଯାତ୍ରୀଭର୍ତ୍ତୀ ଟ୍ରେନକୁ ରୋକି ଚର୍ଚ୍ଚାକୁ ଆସିଛି । ଅଜବ ଲାଗିଲେ ହେଁ କଥାଟି ସତ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେଉଛି ।

ଏହି ହଂସଟି ଟ୍ରେନ ଟ୍ରାକରେ ବଡ଼ ଆରାମରେ ଚାଲୁଥିଲା । ଏହାକୁ ଦେଖି ପାଇଲଟ୍ ତାଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ହେଲେ ତାହା ହୋଇପାରି ନ ଥିଲା । ଫଳରେ ବାଧ୍ୟ ହୋଇ ସେ ଟ୍ରେନକୁ ରୋକିଦେଇଥିଲେ । ଅଧା ବାଟରେ ଟ୍ରେନଟି ଘଣ୍ଟା ଘଣ୍ଟା ଅଟକି ରହିଥିଲା ଫଳରେ ଯାତ୍ରୀମାନେ ବେଶ ହଇରାଣ ହୋଇଥିବା କୁହାଯାଉଛି । ତେବେ ଏହି ମାମଲାଟି ଲଣ୍ଡନର ଉପନଗର ବିଶପ ଷ୍ଟାର୍ଟଫୋର୍ଡ ଷ୍ଟେସନରେ ଘଟିଥିବା ଜଣାପଡିଛି ।

ଏଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ହଂସକୁ କେହିଜଣେ ରେଳଧାରଣାରୁ ଉଠାଇ ନେଇ ପାରିଥାନ୍ତା । କହିବାକୁ ଗଲେ ଲଣ୍ଡନରେ ଏହାକୁ ନେଇ ଏକ ଆଇନ ରହିଛି । ତଦନୁଯାୟୀ ଚିହ୍ନିତ ହଂସ କ୍ରାଉନ୍ ପ୍ରିନ୍ସଙ୍କ ସମ୍ପତ୍ତି ବୋଲି ଧରାଯାଏ । ଏଣୁ ତାଙ୍କୁ କେହି ଛୁଇଁ ପାରିବେ ନାହିଁ । ଆଉ ଯିଏ ଛୁଇଁବ କିମ୍ବା କ୍ଷତି ପହଞ୍ଚାଇବ ତାକୁ ଦଣ୍ଡ ମିଳେ ବା ତାହାକୁ ଚୋରି ବୋଲି ଧାରାଯାଏ । ତେଣୁ ସେମାନଙ୍କ ଉପରେ କେବଳ କ୍ରାଉନ୍ ପ୍ରିନ୍ସଙ୍କ ଅଧିକାର ରହିଛି । ଏଭଳି ଭାବେ ଉକ୍ତ ହଂସଟି ରାଜ ପରିବାରର ଥିଲା । ଏଥିଲାଗି କେହି ବି ତାଙ୍କୁ ହଟାଇ ନ ଥିଲେ ।

 

Get real time updates directly on you device, subscribe now.