fbpx

କମିବ କୋଭିସିଲ୍ଡର ଅବଧି!!: ଦ୍ୱିତୀୟ ଡୋଜ ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି ୩ ମାସ

ଭୁବନେଶ୍ୱର: କୋଭିସିଲ୍ଡ ଟୀକା ଏବଂ ଏହାର ଟୀକାକରଣକୁ ନେଇ ଆସିଛି ଏକ ବଡ ଖବର । କୋଭିସିଲ୍ଡ ଟୀକା ବିତରଣରେ ପରିବର୍ତ୍ତନ ଆଣିବା ପାଇଁ କରାଯାଇଛି ସୁପାରିସ । ଏହି ଟୀକାର ଦ୍ୱିତୀୟ ଡୋଜ ପାଇଁ ଅବଧି ହ୍ରାସ କରିବା ପାଇଁ ଏନଟିଏଜିଆଇ । ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ଥିବା ସମୟର ବ୍ୟବଧାନକୁ କମ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।

Covishield: Vaccine maker Serum Institute India says it is slashing production by half until it receives more orders | The Independent

ପୂର୍ବରୁ କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ପାଇଁ ଅପେକ୍ଷା କରିବାକୁ ପଡୁଥିଲା ୩ରୁ ୪ ମାସ । ତେବେ ଏହି ବ୍ୟବଧାନରେ ଏବେ ପରିବର୍ତ୍ତନ ଆଣିବା ପାଇଁ ଏନଟିଏଜିଆଇ ପ୍ରସ୍ତାବ ଦେଇଛି । ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ ପାଇଁ ଅନୁମତି ମିଳୁଥିବା ବେଳେ ଏହାକୁ ୮ ସପ୍ତାହ କରିବା ପାଇଁ ନିଷ୍ପତ୍ତି କମ୍ପାନୀ ତରଫରୁ ସୁପାରିସ କରାଯାଇଛି । ଆଗକୁ ଦ୍ୱିତୀୟ ଡୋଜ ପାଇଁ ୮-୧୬ ସପ୍ତାହ ସମୟ ଧାର୍ଯ୍ୟ କରାଯାଉ ବୋଲି କହିଛି ଏନଟିଏଜିଆଇ ।

Get real time updates directly on you device, subscribe now.