fbpx

ସ୍ୱାମୀଙ୍କ ମୃତ୍ୟୁର ୪ ବର୍ଷ ପରେ ଜଣାପଡିଲା ସତ: ସୋଶିଆଲ ମିଡିଆରେ ଶେୟାର କଲେ ଅଜବ ଘଟଣା

ନୂଆଦିଲ୍ଲୀ: ସୋଶଲ ମିଡିଆ ଏବେ ଲୋକମାନଙ୍କ ଇମୋସନ ଶେୟର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଯାଇଛି । ଏହା ଭିତରେ ୪ ବର୍ଷ ତଳେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏହି ଘଟଣାର ୪ ବର୍ଷ ପରେ ଏକ ବଡ ରହସ୍ୟର ପର୍ଦ୍ଦାଫାଶ କରିଛନ୍ତି ମୃତକଙ୍କ ସ୍ତ୍ରୀ ।

ସୂଚନା ଅନୁସାରେ, ଟିକଟକ ୟୁଜର ବ୍ରିଜେଟ ଡେଭିସଙ୍କ ସ୍ୱାମୀ ଗତ ୨୦୧୮ରେ ପ୍ରାଣ ହରାଇଥିଲେ । ଯେତେବେଳେ ତାଙ୍କ ବିବାହକୁ ୧୦ ବର୍ଷ ହୋଇଥିଲା । ତେବେ ସ୍ୱାମୀଙ୍କ ମୃତ୍ୟୁରେ ମହିଳା ଜଣକ ବାଇପୋଲର ଡିସଅର୍ଡରର ଶିକାର ହୋଇଯାଇଥିଲେ । କିନ୍ତୁ ପରେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଉଥିବା ଜାଣିବାକୁ ପାଇଥିଲେ ମହିଳା । ଏହାପରେ ମହିଳା ଜଣକ ସ୍ୱାକୀଙ୍କ ପ୍ରେମିକାଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଛନ୍ତି । ପ୍ରେମୀଙ୍କ ମୃତ୍ୟୁ ଖବର ପାଇ ବିଶ୍ୱାସ କରି ପାରିନାହାନ୍ତି ଦ୍ୱିତୀୟ ପତ୍ନୀ । ତେବେ ଉଭୟ ମହିଳାଙ୍କର ଚାଟିଂର ଏକ ଭିଡିଓ ସୋଶଲ ମିଡିଆରେ ଅପଲୋଡ କରାଯାଇଛି । ଯାହାକୁ ୧.୫ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ।

Get real time updates directly on you device, subscribe now.