fbpx

ହଟିଲା ସାପ୍ତାହିକ ଦୁଇ ଦିନିଆ ସଟଡ଼ାଉନ କିନ୍ତୁ କଡ଼ାକଡ଼ି ପାଳନ ହେବ ଲକଡାଉନ

ଭୁବନେଶ୍ୱର, ୧୭ା୭(ଓଡ଼ିଶା ଭାସ୍କର): ପୋଲିସ ସେବା ଭବନରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଲକଡାଉନ ସମ୍ପର୍କରେ ବୁଝାଇ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସ୍ୱାଭାବିକ ସ୍ଥିତି ଫେରିନାହିଁ । ତେଣୁ ପୂର୍ବ ଲକଡାଉନ ଅପେକ୍ଷା ଏଥରର ଲକଡାଉନ କଡ଼ାକଡ଼ି ପାଳନ କରାଯିବ ବୋଲି ସେ କହିଛନ୍ତି । କେବଳ ପରିବା ଓ ତେଜରାତି ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲାଯାଇପାରିବ । ଆବଶ୍ୟକ ଜିନିଷ କିଣିବା ପାଇଁ ପାଖ ଦୋକାନକୁ ଯାଆନ୍ତୁ ଏହାସହ ଯେତେଦୂର ସମ୍ଭବ ଚାଲି ଚାଲି ଯିବା ପାଇଁ ଚେଷ୍ଟା କରନ୍ତୁ । ଳକଡାଉନ ସମୟରେ ଗାଡ଼ି ବ୍ୟବହାର କରନ୍ତୁ ନାହିଁ । ବରିଷ୍ଠ ନାଗରିକମାନେ ଏହି ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।

ଅନ୍ୟପଟେ ଜରୁରୀ ସେବାରେ ଥିବା କର୍ମଚାରୀଙ୍କ ପାଇଁ ଆଇକାର୍ଡ଼ ଆବଶ୍ୟକ ରହିଛି । ସେମାନେ ଆଇକାର୍ଡ଼ ଦେଖାଇ କର୍ମକ୍ଷେତ୍ରକୁ ଯାଇପାରିବେ । ଗ୍ୟାସ ବିତରକ କମ୍ପାନୀ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ସେହିପରି ଗଣମାଧ୍ୟମଗୁଡ଼ିକ ନିଜେ ନିଜ ନିୟନ୍ତ୍ରଣ କରନ୍ତୁ । ଗଣମାଧ୍ୟମ ପାଇଁ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ । ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । କିନ୍ତୁ ସହର ଭିତରକୁ ଯିବା ଆସିବା ଉପରେ କଟକଣା ଲାଗୁ ହୋଇଛି । ତେଣୁ ଜରୁରୀ କାର୍ଯ୍ୟ ପଡ଼ିଲେ ୧୦୦ ନମ୍ବରକୁ ଫୋନ କରି ପାସ ପାଇପାରିବେ ।

ହୋଟେଲ,ଢ଼ାବା ଆଦି ଖୋଲାଯାଇ ପାରିବ କିନ୍ତୁ କେବଳ ପାର୍ସଲ ବ୍ୟବସ୍ଥା କରାଯିବ । ହୋମ ଡେଲିଭରି ଉପରେ କୌଣସି କଟକଣା ନାହିଁ । ୨୫ପ୍ରତିଶତ ବ୍ୟାଙ୍କ କର୍ମଚାର ଓ ଆଇଟିରେ ୧୦% କର୍ମଚାରୀ କାମ କରିପାରିବେ । ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, କଟକ ଓ ରାଉରକେଲାରୁ ସାପ୍ତାହିକ ସଟଡ଼ାଉନ ହଟେଇ ଦିଆଯାଇଥିବା ବେଳେ ଏଠାରେ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଆଜି ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ । ୪ଜିଲ୍ଲା ହେଉଛି ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର , କଟକ । ଲକଡାଉନ ସମୟରେ ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ।

Get real time updates directly on you device, subscribe now.