ଓଡ଼ିଶା ଭାସ୍କର: ଚଳିତ ସପ୍ତାହ ଗଜଲକ୍ଷ୍ମୀ ରାଜଯୋଗ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚିତ କରାଯାଇଛଇ । ମେ ୧୯ରୁ ବୃଷ ରାଶିରେ ଶୁକ୍ର ଗୋଚର ଆରମ୍ଭ ହୋଇଛି । ବୃଷ ରାଶିରେ ପ୍ରଥମରୁ ଗୁରୁ ଏବଂ ସୂର୍ଯ୍ୟ ବିରାଜମାନ । ଏହା ଶୁକ୍ରାଦିତ୍ୟ ଏବଂ ଗୁରାଦିତ୍ୟ ଯୋଗ ନିର୍ମାଣ କରୁଛନ୍ତି । ଏହି ଯୋଗ ହେତୁ ଅନେକ ରାଶିଙ୍କ ଭାଗ୍ୟୋଦୟ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ସାପ୍ତାହିକ ଟେରୋ ରାଶିଫଳ(ମେ ୨୦ରୁ ୨୬) ୧୨ଟି ରାଶି ପାଇଁ କିପରି ରହିବ ।
୧. ମେଷ: ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ । କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ପ୍ରଗତିର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
୨. ବୃଷ: ଏହି ସପ୍ତାହ ଆପଣଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ନୂତନ ସମ୍ପର୍କ ସ୍ଥାପନ ହେବ ଯାହା ଅତ୍ୟନ୍ତ ଲାଭଦାୟକ ହେବ । ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ହୋଇଯିବ । ଶପିଂରେ ଖର୍ଚ୍ଚାନ୍ତ ହୋଇପାରିବେ ।
୩. ମିଥୁନ: ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ନୁହେଁ । କାର୍ଯ୍ୟର୍ରେ ବାଧା ଦେଖାଦେଇପାରେ । ନିବେଶ କିମ୍ବା ସମ୍ପତ୍ତି ସହ ଜଡ଼ିତ ନିଷ୍ପତ୍ତି କ୍ଷତି ଘଟାଇପାରେ । ପାରିବାରିକ ବିବାଦ ଦେଖାଦେଇପାରେ ।
୪. କର୍କଟ: ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହ ଉତ୍ତମ ରହିବ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ପରିଶ୍ରମ କରିବାକୁ ପଡ଼ିବ ।
୫. ସିଂହ: ଆପଣଙ୍କ ପାଇଁ ସମୟ ଅନୁକୂଳ ରହିବ । ବାଣୀରେ ସଂଯମତା ରକ୍ଷା କରନ୍ତୁ । ନୂତନ ସମ୍ପର୍କ ପାଇଁ ସମୟ ଉଚିତ୍ ନୁହେଁ । କ୍ୟାରିୟର ସହ ଜଡ଼ିତ ଶୁଭ ଖବର ମିଳିପାରେ ।
୬. କନ୍ୟା: ଚଳିତ ସପ୍ତାହ ଆପଣଙ୍କ ପାଇଁ ନୂତନ ଅବସରେ ନେଇ ଆସିବ । କ୍ୟାରିୟରରେ ଅଗ୍ରଗତି ହେବ । ସମ୍ପର୍କୀୟଙ୍କ ହସ ଖୁସିରେ ସମୟ ବିତାଇବେ ।
୭. ତୁଳା: କାର୍ଯ୍ୟରେ ଦେଖାଯାଉଥିବା ସମସ୍ତ ବାଧା ଦୂରେଇ ଯିବ ଏବଂ ସଫଳତା ପ୍ରାପ୍ତ ହେବ । କ୍ୟାରିୟର ସହ ଜଡ଼ିତ ଶୁଭ ଖବର ମିଳିବ । କୌଣସି ଖରାପ ଅଭ୍ୟାସ ଥିଲେ ଏହାକୁ ତ୍ୟାଗ କରନ୍ତୁ ।
୮. ବିଛା: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ଅଧିକ ଚିନ୍ତାଗ୍ରସ୍ତ ରୁହିବା ପରିବର୍ତ୍ତେ ମେଡିଟେସନ୍ କରନ୍ତୁ । ପ୍ର୍ରିୟଜନଙ୍କ ସହଯୋଗ ପ୍ରାପ୍ତି ହେବ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ।
୯. ଧନୁ: ଚଳିତ ସପ୍ତାହ ନୂତନ ସମ୍ପର୍କ ସ୍ଥାପନ ହେବାର ଯୋଗ ରହିଛି । ଆର୍ଥିକ ଯୋଜନା ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ । ବାହନ ଚଲାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
୧୦. ମକର: ଅତୀତରେ କରିଥିବା କାର୍ଯ୍ୟର ଫଳ ପ୍ରାପ୍ତ ହେବ । ଏହା ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ ହେବେ । ଅତ୍ମବିଶ୍ୱାସ ବଜାୟ ରଖନ୍ତୁ । ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।
୧୧. କୁମ୍ଭ: ବ୍ୟବସାୟୀଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ । ଧନ ଲାଭ ହେବାର ସମ୍ଭାବନା ରହିଛି । ଚାକିରିଆମାନଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ ।
୧୨. ମୀନ: କ୍ୟାରିୟରରେ ନୂତନ ଅବସର ମିଳିବ । ନୂତନ ପାର୍ଟନର ମିଳିପାରେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଅଧିକ ଖର୍ଚ୍ଚାନ୍ତ ହେବା ଠାରୁ ଦୂରେଇ ରୁହନ୍ତୁ ।