fbpx

ଦୁନିଆର ସବୁଠୁ ବୟସ୍କା ମହିଳା: ବୟସରେ ସମସ୍ତଙ୍କୁ ହରାଇଦେଲେ ଏହି ଫୁସା ତାସୁମୀ

ନୂଆଦିଲ୍ଲୀ: ପୃଥିବୀର ସବୁଠାରୁ ବୟସ୍କା ମହିଳା କିଏ ଜାଣିଛନ୍ତି କି? ଜାଣିଛନ୍ତି କି ତାଙ୍କର ବୟସ କେତେ? ହୁଏତ ଅନେକ ଲୋକ ଏହାର ଉତ୍ତର ଜାଣି ନଥିବେ । ଦୁନିଆର ସବୁଠାରୁ ବୟସ୍କା ମହିଳାଙ୍କ ନାମ ହେଉଛି ମାରିୟା ବ୍ରାନ୍ୟାସ ମୋରେରା । ତାଙ୍କ ବୟସ ୧୧୬ ବର୍ଷ । ମାରିୟାଙ୍କ ବ୍ୟତୀତ ଅନ୍ୟ ଜଣେ ମହିଳା ମଧ୍ୟ ୧୧୬ ବର୍ଷ ବୟସ ଛୁଇଁଛନ୍ତି । କିନ୍ତୁ ସେ ଏକ ମାସ ସାନ ହୋଇଥିବାରୁ ଏହି ତାଲିକା ଦ୍ୱିତୀୟ ବୟସ୍କା ମହିଳା ହୋଇଛନ୍ତି । ତେବେ ଆଜି ଦୁନିଆର ଦ୍ୱିତୀୟ ବୟସ୍କା ମହିଳାଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି । ୧୧୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଫୁସା ତାସୁମୀ ।

ବୟସରେ ସମସ୍ତଙ୍କୁ ହରାଇ ରେକର୍ଡ ଅଭିମୁଖେ ଯାଉଥିବା ଫୁସା ତାସୁମୀ ଆଜି ମୃତ୍ୟୁ ଆଗରେ ହାର ମାନିଛନ୍ତି । ଶହେ ବର୍ଷରୁ ତାଙ୍କ ବୟସ ଅଧିକ ହୋଇଥିବା ବେଳେ ଆଜି ପ୍ରାଣତ୍ୟାଗ କରିଛନ୍ତି ଫୁସା ତାସୁମୀ । ତେବେ ଆଜି ୧୧୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫୁସାଙ୍କ କେୟାର ଟେକରଙ୍କ କହିବା ଅନୁସାରେ, ମୃତ୍ୟୁ ପୂର୍ବର ଦିନେ ପୂର୍ବରୁ ସେ ଠିକ ଥିଲେ । କିନ୍ତୁ ପରିବାରବର୍ଗ କହିଛନ୍ତି ଯେ, ଫୁସା ପ୍ରାଇଭେଟ ନର୍ସିଙ୍ଗ ହୋମରେ ଚିକତ୍ସବିତ ଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ସେ ଖୁବ ଦୁର୍ବଳ ଅନୁଭବ କରୁଥିଲେ ମଧ୍ୟ ସର୍ବଦା ଖୁସି ରହୁଥିଲେ । ଏପରିକି ସେ ନିଜେ ମଧ୍ୟ ନିଜର ଧ୍ୟାନ ରଖି ପାରୁଥିଲେ ବୋଲି କହିଛନ୍ତି ନର୍ସିଙ୍ଗ ହୋମର କର୍ମଚାରୀ । ମୃତ୍ୟୁ ପୂର୍ବ ଦିନ ସେ ଠିକ ସମୟରେ ଖାଇବା ପରେ ଔଷଧ ମଧ୍ୟ ନେଇଥିଲେ । କିନ୍ତୁ ଏହା ଦିନକ ପରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଥାଉ କି, ୧୯୦୭ ମସିହା ଏପ୍ରିଲ ୨୫ ତାରିଖରେ ଜାପାନର ଓସାକାରେ ଜନ୍ମଗ୍ରହଣ କରିଥିଲେ ପୃଥିବୀର ଦ୍ୱିତୀୟ ବୟସ୍କା ମହିଳା । ୩୨ ବର୍ଷ ବୟସରେ ତାସୁମୀଙ୍କ ବିବାହ ହୋଇଥିବା ବେଳେ ତାଙ୍କର ୩ଟି ପିଲା ମଧ୍ୟ ରହିଛନ୍ତି । ତେବେ ଦୁନିଆର ଲାଇଫ ଏକ୍ସପେଟେନ୍ସି ତାଲିକାରେ ଜାପାନ ତୃତୀୟ ନମ୍ବରରେ ରହିଛି । ଏଠାକାର ଜୀବନଶୈଳୀର ସିଦା ପ୍ରଭାବ ସେଠାକାର ଲୋକଙ୍କ ଜୀବନ ଉପରେ ପଡ଼ିଥାଏ । ତେଣୁ ଏଠାକାର ଲୋକମାନେ ଲମ୍ବା ଏବଂ ସୁସ୍ଥ ଜୀବନଯାପନ କରିଥାନ୍ତି ।

Get real time updates directly on you device, subscribe now.